ବାଲିବୋଝେଇ ଡମ୍ପରକୁ ୧.୫ ଲକ୍ଷ ଟଙ୍କା ଜରିମାନା

ବାଲିବୋଝେଇ ଡମ୍ପରକୁ ୧.୫ ଲକ୍ଷ ଟଙ୍କା ଜରିମାନା

Deccan Herald

ବିନିକା: ଗତ ସୋମବାର ସୋନପୁର-ବିନିକା-ବରପାଲି ମୁଖ୍ୟ ରାସ୍ତା ଦେଇ ସମ୍ବଲପୁର ଯାଉଥିବା ଏକ ବାଲିବୋଝେଇ ଡମ୍ପର (ଓଡି-୧୫ୟୁ-୪୫୮୩)କୁ ବିନିକା ଥାନା ଫୁଲମୁଠି ଛକରେ ବିନିକା ତହସିଲଦାର କାଗଜପତ୍ର ଠିକ୍ ନ ଥିବାରୁ ଜବତ କରି ଥାନାରେ ଅଟକ ରଖିଥିଲେ।

ଟ୍ରକ୍‌ଟିର ଵାଇ ଫର୍ମ ଟିଟିଲାଗଡ଼ରୁ ସମ୍ବଲପୁର ଥିଲାବେଳେ ଏହା ସୋନପୁରରୁ ସମ୍ବଲପୁର ଯାଉଥିଲା। ଫଳରେ ବୁଧବାର ସେହି ଟ୍ରକରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe