ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ପଞ୍ଚାୟତ ଶଙ୍ଖ ନଦୀରୁ ବେଆଇନ ବାଲି ଚୋରାଚାଲାଣ ୧୧ ବାଲି ବୋଝେଇ ଟ୍ରକ୍ ଜବତ କରିଛି ରାଇବୋଗା ପୁଲିସ। ସୂଚନା ମୁତାବକ ଆଜି ଭୋର୍ ୫୩୦ରେ ରାଏବୋଗା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଦଲକି ପଞ୍ଚାୟତ ଅଧୀନରେ ଥିବା ଶଙ୍ଖ ନଦୀରୁ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ସୂଚନା ମିଳିଥିଲା। ସୁନ୍ଦରଗଡ଼ ଏସ୍ ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ କ୍ରମେ ବୀରମିତ୍ରପୁର ଏସ୍ଡିପିଓ ଓ ରାଏବୋଗା ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା। ମାସ ମାସ ଧରି ବାଲି ଚାଲାଣ ହେଉଥିଲେ ମଧ୍ୟ ପୁଲିସ ଓ ସ୍ଥାନୀୟ ତହସିଲଦାର କେମିତି ସୂଚନା ପାଉ ନ ଥିଲା ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।
୧୧ଟି ବେଆଇନ୍ ବାଲି ବୋଝେଇ ଟ୍ରକ୍ ଜବତ
Advertisment
Follow Us