ବେଆଇନ ପଥର, ମୋରମ, ବାଲିଚାଲାଣ ରୋକିବାରେ ଅସଫଳ ଚନ୍ଦ୍ରଗିରି ରାଜସ୍ବ ବିଭାଗ

ବେଆଇନ ପଥର, ମୋରମ, ବାଲିଚାଲାଣ ରୋକିବାରେ ଅସଫଳ ଚନ୍ଦ୍ରଗିରି ରାଜସ୍ବ ବିଭାଗ

Library of Congress

ଚନ୍ଦ୍ରଗିରି: ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ବ ମଣ୍ତଳ ଅଧିନରେ ଥିବା ଚନ୍ଦ୍ରଗିରି, ଧାଡ଼ିଆମ୍ବ, ବାଘମାରୀ, ଲବାରସିଂ, ଜିରାଙ୍ଗ, ବଡ଼ସିନ୍ଧବା ଆଦି ପ˚ଚାୟତରେ ବେଆଇନ ଭାବେ ପଥର, ବାଲି, ମୋରମ ଚାଲାଣ ହେଉଛି। ରାଜସ୍ବ ଓ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟୁଛି |

ସେହିଭଳି, ଚନ୍ଦ୍ରଗିରି ରାଜ୍ବସ ଗ୍ରାମକୁ ଲାଗି କରି ଥିବା ଚନ୍ଦ୍ରଗିରି ସ˚ରକ୍ଷିତ ଜଙ୍ଗଲ ସହ ଲଖାରୀ ହସ୍ତି ଅଭୟାରଣ୍ୟ, ଚକାଦର ସ˚ରକ୍ଷିତ ଜଙ୍ଗଲ, ଭାଲୁ ପର୍ବତ, ଭୂଇ˚ରି ପର୍ବତ, ଦେଉଲିଆ ଫଟର ଚା˚ଚଡା, ଫଟା ଚା˚ଚଡା, କିଡାସିଙ୍ଗି ଗ୍ରାମର ଛୋଟ ଛୋଟ ପାହାଡ଼ରୁ ପଥର, ମୋରମ ସାଙ୍ଗକୁ ଇଟାଭାଟି ପାଇଁ କାଠ ଏବ˚ ଖସଡା, ଜିରାଙ୍ଗ, କୁସୁମପୁର, ମୋହନା, ଡେଙ୍ଗମା, କମଳାପଦର, ମୁଡୁମୁଡିଆ ଆଦି ନଦୀ ନାଳରୁ ବାଲି ଦୀର୍ଘ ଦିନ ହେବ ଟ୍ରାକ୍ଟର ମାଳିକ ଓ ଠିକାଦାର ମାନେ ବେଆଇନ ଭାବେ ଚାଲାଣ କରୁଥିବା ଦେଖାଦେଇଛି। ଫଳରେ, ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି | ଏ ଦିଗରେ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଗଭୀର ଅସନ୍ତୋ‌ଷ ପ୍ରକାଶ ପାଇଛି |

ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ବ ମଣ୍ତଳ ଅଧିନରେ ପ୍ରତିଦିନ ୩୦ରୁ ଅଧିକ ଟ୍ରାକ୍ଟର, ୧୦ରୁ ଅଧିକ ଟ୍ରକ, ଟିପର, ହାଇୱା ବେଆଇନ ଭାବେ ପଥର, ମୋରମ, ବାଲି ଚାଲାଣ କରି ଚାଲିଛନ୍ତି। କିଛି ଦିନ ତଳେ ଚନ୍ଦ୍ରଗିରି ସ୍ଥିତ ଖେଳ ପଡିଆରୁ ଟ୍ରାକ୍ଟର ଯୋଗେ ପଥର ଖୋଳି ନେଉଥିବା ଭଲି ଘଟଣା ଲୋକଲୋଚନକୁ ଆସିବା ପରେ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋ‌ଷ ପ୍ରକାଶ ପାଇଥିଲା। ବେଆଇନ ଭାବେ ଲୁଟୁଥିବା ସମୟରେ ସ୍ଥାନୀୟ ଅ˚ଚଳବାସୀ ବିରୋଧ କଲେ ଉତ୍ତର ମିଳୁଛି ଯେ ଆମ୍ଭେମାନେ ଟ୍ରାକ୍ଟର ବିଭିନ୍ନ କମ୍ପାନି ଠାରୁ ଫ୍ରାଇନାନ୍ସରେ ଆଣିଛୁ, ତାଙ୍କୁ ଟଙ୍କା ଦେବୁ କେମିତି ? ତୁମେ ଆମର ମାସିକ କିସ୍ତି ପୈଠ କରିଦିଅ। ଯଦି ବିଭାଗୀୟ କର୍ମଚାରୀମାନେ କିଛି କହୁନାହାନ୍ତି ଆପଣ ମାନେ ବିରୋଧ କରିବାକୁ କିଏ ?

ତେବେ, କିଛି ଦିନ ତଳେ ମୋହନା ତହସିଲଦାର କଲ୍ୟାଣୀ ସ˚ଘମିତ୍ରା ଚନ୍ଦ୍ରଗିରି ଅ˚ଚଳ ଗସ୍ତ ସମୟରେ ଦୁଇ ଗୋଟି ଟ୍ରାକ୍ଟରରେ ପଥର ଏବ˚ ବାଲି ବେଆଇନ ଭାବେ ଚାଲାଣ କରୁଥିବା ଦେଖି ନିୟମ ଅନୁଯାଇ ଜରିମାନା ଆଦାୟ କରିଥିଲେ । ଦୁଇ ଦିନ ତଳେ ସେ ଅ˚ଚଳରେ ଥିବା ଦୁଇଗୋଟି କ୍ରସର ପରିଦର୍ଶନ କରିଥିବା ପ୍ରକାଶ ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe