ପୁଲିସକୁ ଆକ୍ରମଣ କରି ଗାଡ଼ି ଛଡ଼ାଇନେଲେ ବାଲି ମାଫିଆ: ୨ ପୁଲିସ କର୍ମଚାରୀ ଆହତ, ଜଣଙ୍କ ଗୋଡ଼ ଭାଙ୍ଗିଲ‌ା

Advertisment

ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଜବତ ହୋଇଥିବା ଟ୍ରାକ୍ଟର ଛଡ଼ାଇ ନେଇଛନ୍ତି ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା....

ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଜବତ ହୋଇଥିବା ଟ୍ରାକ୍ଟର ଛଡ଼ାଇ ନେଇଛନ୍ତି ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା....

dsdsccx

ରାସଗୋବିନ୍ଦପୁର/ମାଣିଦା/ଗାଁଅମର୍ଦା: ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଜବତ ହୋଇଥିବା ଟ୍ରାକ୍ଟର ଛଡ଼ାଇ ନେଇଛନ୍ତି ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ଶିଖରପୁର ଅଞ୍ଚଳରୁ ୩ଟି ଟ୍ରାକ୍ଟର ବାଲି ବୋଝେଇ କରି ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ପଶିଥିଲେ। ତେବେ ହରିପୁର ନିକଟରେ ରାସଗୋବିନ୍ଦପୁର ଥାନା ଓ ଅମରଦା ଫାଣ୍ଡି ପୁଲିସର ମିଳିତ ପାଟ୍ରୋଲିଂ ଟିମ୍‌ ସେମାନଙ୍କୁ ଧରିଥିଲା।

ପୁଲିସ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଆଣିବା ବାଟରେ କାକବନ୍ଧ-ତାଳପଦା ଛକ ନିକଟରେ ସଂଘବଦ୍ଧ ଆକ୍ରମଣ କରିଥିଲେ ବାଲି ମାଫିଆ। ଏହି ଆକ୍ରମଣ‌ରେ ପୁଲିସ କର୍ମଚାରୀ ଲାଡେନ ବେଶ୍ରା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଛି। ଏଥିସହ ସାଥୀ କର୍ମଚାରୀ ପ୍ରଶାନ୍ତ ବେହେରା ମଧ୍ୟ ଆହତ ହୋଇଛନ୍ତି। ତେବେ ମାଫିଆଙ୍କ ଆକ୍ରମଣ ସତ୍ତ୍ବେ ପୁଲିସ କର୍ମଚାରୀମାନେ ଦୁଇଟି ଟ୍ରାକ୍ଟର (ଓଡି-୦୧ଏଏକ୍ସ-୮୯୩୭ ଏବଂ ଓଆର-୦୧ଟି-୬୨୩୧) ଜବତ କରିବାରେ ସଫଳ ହୋଇଛନ୍ତି। ଗୋଟିଏ ଟ୍ରାକ୍ଟରକୁ ମାଫିଆମାନେ ଖସାଇ ନେଇଛନ୍ତି। ଏନେଇ ୧୨୫/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe