ଯୁବକଙ୍କ ଜୀବନ ନେଇଗଲେ ବାଲି ମାଫିଆ: ଶବ ରଖି ଥାନା ଘେରାଉ, ଉତ୍ତେଜନା, ୭ ଦିନ ତଳେ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ

Advertisment

ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଯାଜପୁର ସଦର ଥାନା ଉପରବରୁଆଁ ପଞ୍ଚାୟତ କଚେରିଗାଁର ତପନ କୁମାର ଲେଙ୍କା (୩୭)ଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଯାଜପୁର ସଦର ଥାନା ଉପରବରୁଆଁ ପଞ୍ଚାୟତ କଚେରିଗାଁର ତପନ କୁମାର ଲେଙ୍କା (୩୭)ଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

dvdvdcc

ଯାଜପୁରଟାଉନ/ହରିପୁର: ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଯାଜପୁର ସଦର ଥାନା ଉପରବରୁଆଁ ପଞ୍ଚାୟତ କଚେରିଗାଁର ତପନ କୁମାର ଲେଙ୍କା (୩୭)ଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଗତ ୨୮ ତାରିଖରେ ଖରସ୍ରୋତା ନଦୀଘାଟରୁ ବାଲି ଉତ୍ତୋଳନକୁ କେନ୍ଦ୍ର କରି ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସେ ନିଜ ଘର କାମ ପାଇଁ ନଦୀରୁ ବାଲି ଉଠାଇବା ସମୟରେ ମାଫିଆଗୋଷ୍ଠୀ ତାଙ୍କୁ ଲାଠିରେ ପିଟିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଛଟପଟ ହେଉଥିବାବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସପ୍ତାହ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ ସେ ଆଖି ବୁଜିଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ସ୍ବର୍ଗରଥ ଯୋଗେ ମୃତଦେହ ଆସିବା ପରେ ସଦର ଥାନା ଆଗରେ ରଖି ଗାଁ ଲୋକେ ନାରାବାଜି କରିଛନ୍ତି। ଥାନା ଅଧିକାରୀଙ୍କୁ ନିଲମ୍ବନ, ମୃତକଙ୍କୁ ସହାୟତା ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକମାନେ ଅଡ଼ି ବସିଛନ୍ତି। 

ଅନ୍ୟପଟେ ଏ ସଂକ୍ରାନ୍ତରେ ଘଟଣାଦିନ ତପନଙ୍କ ଭାଉଜ ମାନସୀ ଲେଙ୍କା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଚନ୍ଦନ କୁମାର ନାୟକ ଓରଫ ଚିଣ୍ଟୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ କଚେରିଗାଁ ନିକଟ ଖରସ୍ରୋତା ନଦୀରୁ ବର୍ଷବର୍ଷ ଧରି ବେଆଇନ ଭାବେ ବାଲି ଚୋରାଚାଲାଣ ହୋଇଆସୁଛି। ସ୍ଥାନୀୟ କେତେଜଣ ବ୍ୟକ୍ତି ବାଲି ଉଠାଇ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଗ୍ରାମବାସୀ ସେମାନଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିନଥାନ୍ତି। କଥାକଥାକେ ବୋମାମାଡ଼ ଓ ଗୁଳି କରିବାକୁ ଧମକ ଦେଇଥାନ୍ତି ବୋଲି ଗାଁ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe