ପୁରୀ/ଗୋପ : କୋଣାର୍କ ସୂର୍ଯ୍ୟ ମନ୍ଦିର ସଂଲଗ୍ନ ବାଲିବନ୍ତକୁ ମୂଳପୋଛ କରିଦେବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଛି। ବାଲିବନ୍ତ ତାଡ଼ି ନେବା ପରେ ମନ୍ଦିରର ମୂଳଦୁଆ ବିପଦଗ୍ରସ୍ତ ହୋଇପଡ଼ିଛି। ମାସାଧିକ କାଳ ଏଭଳି କାର୍ଯ୍ୟକଳାପ ଚାଲିଥିଲେ ହେଁ ଡେରିରେ ହେଉ ପଛେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ବାଲି ଚୋରି ହେଉଥିବା ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ସେଠାରେ ଥିବା ଏକ ଜେସିବି ଜବତ କରାଯିବା ସହ ୧ଲକ୍ଷ ଟଙ୍କା ଜରିମାନା କରାଯାଇଛି ବୋଲି ଗୋପ ତହସିଲଦାର ସେକ୍ ସାଗୀର କହିଛନ୍ତି।
ତହସିଲଦାର ସେକ୍ ସାଗୀର୍ କହିଛନ୍ତି ଯେ ଏନେଇ ଏକ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ ହୋଇଛି। ସ୍କ୍ବାଡ୍ରେ ରାଜସ୍ବ ନୀରିକ୍ଷକ, ପୁଲିସ୍ କର୍ମୀ ରହିଛନ୍ତି। ସମ୍ପୃକ୍ତ ଅଞ୍ଚଳ ଏବେ ନିୟନ୍ତ୍ରଣରେ ରହିଥିବା ବେଳେ ସ୍କ୍ବାଡ୍ ପ୍ରତିଦିନ ଏହା ଉପରେ ନଜର ରଖିଛି ବୋଲି ସେ କହିଛନ୍ତି।
Follow Us