ରାଜ୍ୟରେ ବାଲି ନୀତି ପ୍ରସ୍ତୁତି ଚାଲିଛି : ୫୮୧ ବାଲି ସଇରାତ ନିଲାମ ହୋଇଛି

Advertisment
ବାଲି ଚୋରି, ନଦୀ ଶଯ୍ୟା ଜବରଦଖଲକୁ ବିରୋଧ କରିବ ବିଜେପି ନଦୀ ସୁରକ୍ଷା ସମିତି

Naidunia

ଭୁବନେଶ୍ବର : ଓଡ଼ିଶା ବାଲି ନୀତି ( ଓଡ଼ିଶା ସ୍ୟାଣ୍ଡ୍‌ ପଲିସି) ପ୍ରସ୍ତୁତି ପାଇଁ ସରକାରୀ ପ୍ରକ୍ରିୟା ଜାରି ରହିଛି। ଏହାର ଚିଠା ପ୍ରସ୍ତୁତି ହୋଇ ଏବେ ବିଭାଗୀୟ ତର୍ଜମା ଚାଲିଛି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।

ରାଜ୍ୟରେ ବାଲି ଚାହିଦା ଓ ନିଲାମ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବାଲି ଚାହିଦା ଆକଳନ କରାଯାଇ ନାହିଁ। ମାତ୍ର ରାଜ୍ୟର ବାଲି ଆବଶ୍ୟକତାକୁ ଦେଖି ଅଧିକରୁ ଅଧିକ ବାଲି ସଇରାତ ଲିଜ୍‌ ମାଧ୍ୟମରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ୍‌ ୧୮୮୮ ବାଲି ସଇରାତ ମଧ୍ୟରୁ ୫୮୧ଟି ବାଲି ସଇରାତ ନିଲାମ ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇଛି। ବେଆଇନ୍ ବାଲି ଚାଲାଣ ଓ ଉଠାଇକୁ କେନ୍ଦ୍ର କରି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ରେ ମୋଟ୍‌ ୩ଟି ମାମଲା ଚାଲୁଛି। ଏହା ମଧ୍ୟରୁ ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା କୂଳରୁ ବେଆଇନ୍ ବାଲି ଉଠାଣ ନେଇ ଦୁଇଟି ମାମଲା ହୋଇଥିଲା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ୍ ବାଲି ଉଠାଣକୁ ନେଇ ଆଉ ଗୋଟିଏ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe