ଆନନ୍ଦପୁରରେ ବାଲି ସତ୍ୟାଗ୍ରହ: ‘ବାଲି ସରିଗଲେ ନଦୀ ମରିଯିବ’

କାହିଁ କେଉଁ କାଳରୁ ନଦୀକୂଳରେ ଜନବସତି ଗଢ଼ିଉଠିଛି। ନଦୀ ମରିଗଲେ ସଭ୍ୟତା ଆପେ ମରିଯାଏ। ତେଣୁ ନଦୀକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବାଲି ହିଁ ନଦୀର ଜୀବନ।

adgdadgczv

ଆନନ୍ଦପୁର: କାହିଁ କେଉଁ କାଳରୁ ନଦୀକୂଳରେ ଜନବସତି ଗଢ଼ିଉଠିଛି। ନଦୀ ମରିଗଲେ ସଭ୍ୟତା ଆପେ ମରିଯାଏ। ତେଣୁ ନଦୀକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବାଲି ହିଁ ନଦୀର ଜୀବନ। ବାଲି ସରିଗଲେ ନଦୀର ଆୟୁଷ ମଧ୍ୟ ଶେଷ ହୋଇଯାଏ ବୋଲି ଆଜି ଆନନ୍ଦପୁର ବୈତରଣୀ ନଦୀର ରାଜଘାଟଠାରେ ଅନୁଷ୍ଠିତ ବାଲି ସତ୍ୟାଗ୍ରହରେ ମତପ୍ରକାଶ ପାଇଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ଆବାହକ ଯଜ୍ଞପ୍ରସାଦ ସାହୁଙ୍କ ନେତୃତ୍ୱରେ ବାଲି ସତ୍ୟାଗ୍ରହ ହୋଇଥିଲା। ଆନନ୍ଦପୁର ଉପଖଣ୍ଡରେ ବାଲି ଚୋରାଚାଲାଣ ବେଧଡ଼କ ଚାଲିଛି। ପ୍ରଶାସନ ଏଥିରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି। ବୈତରଣୀ ସମେତ ଅନ୍ୟାନ୍ୟ ନଦୀନାଳର ସୁରକ୍ଷା ପାଇଁ ବାଲି ସତ୍ୟାଗ୍ରହ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। 

ସାମାଜିକ କର୍ମୀ ସତ୍ୟବ୍ରତ ଜେନା କହିଥିଲେ, ବୈତରଣୀ ଆମ ଜୀବନରେଖା। ବାଲି ଚୋରି କରିବାକୁ ବିଭିନ୍ନ ସ୍ଥାନରେ ଶହଶହ ଗଛ କଟାଯାଉଥିବା ସେ ଅଭିଯୋଗ କରିଥିଲେ। ବୈତରଣୀ ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ। କିଛି ମାଫିଆ ଏହାକୁ କଳାଟଙ୍କା ପାଇଁ ହତ୍ୟା କରିବାକୁ ଯୋଜନା କରୁଥିବା ମଧୁସୂଦନ ରାଉତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ସାମଲ, ନୀଳାଚଳ ବେହେରା, ଜଗବନ୍ଧୁ ଜେନା, ଦୈତାରୀ ମହାକୁଡ଼, ରୋହନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରତାପ ଧଳ, ଦାମୋଦର ସାହୁ, ଏକଲବ୍ୟ ଧଳ, ଉତ୍ସବ ଜେନା, କୈଳାସ ଜେନା, ଶୁଭକାନ୍ତ ଜେନା ପ୍ରମୁଖ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe