ରାୟଗଡ଼ା: ଟ୍ରେନ୍‌ଯୋଗେ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ୩ ଓ୍ଵାଗନ ଜବତ

Advertisment
ରାୟଗଡ଼ା: ଟ୍ରେନ୍‌ଯୋଗେ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ୩ ଓ୍ଵାଗନ ଜବତ

ରାୟଗଡ଼ା: କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନରୁ ଉତ୍ତର ପ୍ରଦେଶକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରାୟ ମାସକ ତଳେ ଚୌଦ୍ୱାରା ତହସିଲଦାର ଏହି ବାଲି ଜବତ କରିବା ପରେ ଟ୍ରେନ୍‌ ଯୋଗେ ଏକ ର‍୍ୟାକେଟ ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ କରୁଥିବା କଥା ପଦାକୁ ଆସିଥିଲା। ଏବେ ପୁଣି ରାୟଗଡ଼ାରୁ ଟ୍ରେନ୍‌ ଯୋଗେ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଧରାପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ର ଭାଲୁମସ୍କା ଷ୍ଟେସନ୍‌ରୁ ଆନ୍ଧ୍ରପ୍ରଦେଶକୁୁ ବାଲି ଚୋରା ଚାଲାଣ ହେଉଥିବା ନେଇ କିଛି ଯୁବକ ରାଜସ୍ୱ ନିରିକ୍ଷକଙ୍କୁ ଜଣାଇବାରୁୁ ସେ ଷ୍ଟେସନରେ ପହଞ୍ଚି ୩ ଓ୍ଵାଗନ୍‌ ବାଲି ଜବତ କରିଛନ୍ତି। ରେଳଯୋଗେ ବାଲି ଚୋରା ଚାଲାଣ ନେଇ ରେଳବାଇର କିଛି ଅଧିକାରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe