ବନପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି 

Advertisment
ବନପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି 

ଥୁଆମୂଳ ରାମପୁର: ଗତ ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ପୁରୁଣା ବନପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଯାଇଛନ୍ତି। ଏହାସହ ବନ ବିଭାଗର ପୁରୁଣା କାର୍ଯ୍ୟାଳୟ ନିକଟରେ ଥିବା ସନ୍ତୋଷ ପଟ୍ଟନାୟକଙ୍କ ଚନ୍ଦନ ଗଛକୁ ମଧ୍ୟ କାଟି ନେବାକୁ ଉଦ୍ୟମ କରାଯାଇଛି। ଏନେଇ ଶନିବାର ସକାଳେ ସନ୍ତୋଷ ବନ ବିଭାଗକୁ ଖବର ଦେବା ପରେ ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ପାଲ ଓ ତାଙ୍କ ଟିମ୍‌ ତଦନ୍ତ କରିଛନ୍ତି। ସନ୍ତୋଷଙ୍କ ବାରିପଟେ ଥିବା ଅଧାକଟା ଚନ୍ଦନ ଗଛ ଏବଂ ଦୁର୍ବୃତ୍ତ କାଟି ନେଇଥିବା ଚନ୍ଦନ ଗଛର ବଳକା ଗଣ୍ଡିକୁ ବନ ବିଭାଗ ଜବତ କରିଛି। ବନ ବିଭାଗ ଓ ସ୍ଥାନୀୟ ପୁଲିସ ପ୍ରଶାସନର ଅବହେଳା କାରଣରୁ ଅଞ୍ଚଳରୁ ଚନ୍ଦନ ଗଛ ସବୁ ଧ୍ବଂସ ହେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe