ସନ୍ଦୀପ ସ୍ମାରକୀ ସର୍ବଭାରତୀୟ ଟେନିସ୍‌: ଜୟପ୍ରକାଶଙ୍କୁ ଦ୍ବିମୁକୁଟ, ଚିନ୍ମୟ-କାର୍ତ୍ତିକ ରନର୍ସ ଅପ୍‌

ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିଜର୍ଟସ ଆଣ୍ଡ୍ କଣ୍ଟ୍ରି କ୍ଲବ୍‌ ପରିସରରେ ଚାଲିଥିବା ଏମ୍‌ଓଏସ୍‌ଏଫ୍‌ ଓଟିଏ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ସର୍ବଭାରତୀୟ ପୁରୁଷ ମାନ୍ୟତା ୨.୫ ଲକ୍ଷ ଟଙ୍କା ପୁରସ୍କାର ବିଶିଷ୍ଟ ଟେନିସ୍ ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି।

gdggcvf

ଭୁବନେଶ୍ବର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିଜର୍ଟସ ଆଣ୍ଡ୍ କଣ୍ଟ୍ରି କ୍ଲବ୍‌ ପରିସରରେ ଚାଲିଥିବା ଏମ୍‌ଓଏସ୍‌ଏଫ୍‌ ଓଟିଏ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ସର୍ବଭାରତୀୟ ପୁରୁଷ ମାନ୍ୟତା ୨.୫ ଲକ୍ଷ ଟଙ୍କା ପୁରସ୍କାର ବିଶିଷ୍ଟ ଟେନିସ୍ ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି। ତାମିଲନାଡୁ ଖେଳାଳି ଓଜେସ ‌ଥିଓଜୋ ଜୟପ୍ରକାଶ ଉଭୟ ଏକକ ଓ ଯୁଗଳ ବର୍ଗରେ ଟାଇଟଲ୍ ଜିତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ପୁରୁଷ ଏକକ ଫାଇନାଲ୍‌ରେ ଜୟପ୍ରକାଶ ୬-୨, ୩-୬, ୬-୩ରେ ହରିୟାଣାର ଉଦିତ କମ୍ବୋଜଙ୍କୁ ପରାସ୍ତ କରିଥିଲେ। 

ଏହା ପରେ କର୍ଣ୍ଣାଟକର ସେଖ୍‌ ମହମ୍ମଦ ଇଫ୍‌ତିକାରଙ୍କୁ ସାଥୀ କରି ଜୟପ୍ରକାଶ ପୁରୁଷ ଯୁଗଳ ବର୍ଗରେ ବିଜେତା ହୋଇଥିଲେ। ଯୁଗଳ ବର୍ଗ ଫାଇନାଲ୍‌ରେ ଥିବା ଓଡ଼ିଶାର ଚିନ୍ମୟ ପ୍ରଧାନ ଏବଂ ତାଙ୍କ ତାମିଲନାଡୁ ସାଥୀ କଭିନ୍ କାର୍ତ୍ତିକ ଆହତ କାରଣରୁ ଓହରିଯିବାରୁ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇ ନଥିଲା। ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ଚାମ୍ବର୍‌ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ସଭାପତି ଡକ୍ଟର ପ୍ରବୋଧ ମହାନ୍ତି, ପ୍ରା‌ୟୋଜକ ସଂଜୀବ ମହାପାତ୍ର, ଗୁରୁକୁଳ ରିଜର୍ଟସ ଆଣ୍ଡ୍ କଣ୍ଟ୍ରି କ୍ଲବ୍‌ର ପ୍ରତିଷ୍ଠାତା ଡକ୍ଟର ପ୍ରତାପ ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ, ପ୍ରତିଯୋଗିତା ନିର୍ଦ୍ଦେଶିକା ପୁଷ୍ପିତା ପଣ୍ଡା ପ୍ରଧାନ, ଆଇଟା ସୁପରଭାଇଜର୍‌ ପ୍ରବୀଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe