ଆସନ୍ତାକାଲି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ, ଶ୍ରୀଜିଉଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆସନ୍ତାକାଲି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ, ଶ୍ରୀଜିଉଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷାଧିକ ଶ୍ରଦ୍ଧାଳୁ

Lokmat News Hindi

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆଶାଢ ଶୁକ୍ଲପକ୍ଷ ନବମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ସନ୍ଧ୍ୟା ଦର୍ଶନ ଗୁରୁବାର ଅନୁଷ୍ଠିତ ହେବ। ଏହା ସନ୍ଧ୍ୟା ୭ଟା ଯାଏ ଅନୁଷ୍ଠିତ ହେବ। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। କାରଣ ପୁଣି ବର୍ଷେ ପରେ ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ଭକ୍ତ-ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉ ମାନଙ୍କୁ ସନ୍ଧ୍ୟା ଦର୍ଶନ କରିପାରିବେ ନାହିଁ। ଆଡପ ସନ୍ଧ୍ୟା ଦର୍ଶନ ପରେ ପରେ ହେବ ବାହୁଡ଼ା ନୀତି ଆରମ୍ଭ ହୋଇଯିବ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଶରଧାବାଲିରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇସାରିଛି। ଗୁରୁବାର ସନ୍ଧ୍ୟା ଦର୍ଶନ ପରେ ଶୁକ୍ରବାର ବାହୁଡ଼ାଯାତ୍ରା ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବାହୁଡ଼ା ଯାତ୍ରାରେ ଟ୍ରାଫିକ୍‌ ଶୃଙ୍ଖଳା ପାଇଁ ପ୍ରାୟ ୪୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe