ଭୁବନେଶ୍ୱର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍ର ଅଧ୍ୟକ୍ଷା ଭାବେ ସନ୍ଧ୍ୟାବତୀ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ମୁନିନ୍ଦା ନିବାସୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବରୁ ପୁରୀ ଜିଲ୍ଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷ ଥିଲେ। ସେ ମଧ୍ୟ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ଡେଲାଙ୍ଗସ୍ଥିତ ଗାଦିବ୍ରହ୍ମ ଡିଗ୍ରି କଲେଜର ପରିଚାଳନା ପରିଷଦରେ କୁଳପତିଙ୍କ ମନୋନୀତ ସଦସ୍ୟ ଭାବେ ଅଛନ୍ତି। ଏହା ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା କମିସନ୍ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us