ରାସ୍ତାରେ ଗଦାହେଇଛି ବାଲିଗୋଡ଼ି, ଯାତାୟାତ ବାଧାପ୍ରାପ୍ତ

Advertisment

ଖଣ୍ଡପଡ଼ା ବ୍ଲକ୍‌ ଖଳିସାହିରୁ କୋସକା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଏବେ ବିପଦ ବଢାଇଛି ଗଦା ହୋଇଥିବା ବାଲି ଓ ଗୋଡ଼ି ଭଳି ନିର୍ମାଣ ସାମଗ୍ରୀ। ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

ଖଣ୍ଡପଡ଼ା ବ୍ଲକ୍‌ ଖଳିସାହିରୁ କୋସକା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଏବେ ବିପଦ ବଢାଇଛି ଗଦା ହୋଇଥିବା ବାଲି ଓ ଗୋଡ଼ି ଭଳି ନିର୍ମାଣ ସାମଗ୍ରୀ। ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

sffsxccc

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଖଳିସାହିରୁ କୋସକା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଏବେ ବିପଦ ବଢାଇଛି ଗଦା ହୋଇଥିବା ବାଲି ଓ ଗୋଡ଼ି ଭଳି ନିର୍ମାଣ ସାମଗ୍ରୀ। ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଖଳିସାହିରୁ କୋସକା ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଏକାଧିକ ସ୍ଥାନରେ ବିଭାଗ ପକ୍ଷରୁ ଗାର୍ଡୱାଲ ନିର୍ମାଣ କରାଯାଉଛି। ରାସ୍ତାର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ କ୍ରସ୍‌ବେରିୟର ମଧ୍ୟ ଲଗାଯାଉଛି। ତେବେ ନିର୍ମାଣ କାମ ହାତେଇଥିବା ଠିକାଦାରମାନଙ୍କ ଖାମଖିଆଲ ନୀତି ଯୋଗୁଁ ପଥଚାରୀମାନେ ହନ୍ତସନ୍ତ ହେଉଛନ୍ତି।

ପୂର୍ତ୍ତବିଭାଗ ରାସ୍ତା ଅଧୀନ ଖୁଣ୍ଟୁବନ୍ଧ ନିକଟରେ ଗାର୍ଡୱାଲ ନିର୍ମାଣ ନିମନ୍ତେ ଜୈନେକ ଠିକାଦାର ବେପରୁଆ ଭାବେ ରାସ୍ତା ଉପରେ ବାଲି, ଗୋଡ଼ି ଗଦାଇବା ସହିତ ମେସିନ ରଖିଥିବା ଦେଖିବାକୁ ମିଳିଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। କାମ କରିବାରେ ଠିକାଦାର ଜଣକ ବିଳମ୍ବ କରୁଥିବା ବେଳେ ସଂକୀର୍ଣ୍ଣ ରାସ୍ତା ଓ ଗଦା ହୋଇଥିବା ବାଲିଗୋଡ଼ି ଯୋଗୁଁ ଅନେକ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ସନ୍ଧ୍ୟା ହେଲେ ଉକ୍ତ ରାସ୍ତାଦେଇ ଯାତାୟାତ କଲାବେଳେ ନାନା ସମସ୍ୟା ଉପୁଜୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ଏସ୍‌ଡିଓ ରାଧେଶ୍ୟାମ କାଲୋ କହିଛନ୍ତି ଯେ, ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରାଯାଇ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe