ପୁରୀରେ ସଂଗମ ଆଲମିରା ବିକ୍ରେତା ସମ୍ମିଳନୀ

Advertisment
ପୁରୀରେ ସଂଗମ ଆଲମିରା ବିକ୍ରେତା ସମ୍ମିଳନୀ

ଭୁବନେଶ୍ବର : ସଂଗମ ଆଲମିରା ପ୍ରାଇଭେଟ ଲିମିଟେଡର ବିକ୍ରେତା ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର, ବିହାର ଓ ଝାଡ଼ଖଣ୍ଡର ବିକ୍ରି ମୁଖ୍ୟ, ପ୍ରଡକ୍ସନ ମ୍ୟାନେଜର ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ।

ବିକ୍ରେତାମାନଙ୍କୁ ଉଦବୋଧନ ଦେଇ ଏମଡି ଶ୍ରୀ କୁମାର କହିଥିଲେ, ଉତ୍ତର ପୂର୍ବ ଭାରତରେ ସଂଗମ ଆଲମିରା ଏହାର ଗୁଣବତ୍ତା ଏବଂ ଉନ୍ନତମାନର ସେବା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବିତରକମାନେ ସାମିଲ ହୋଇଥିଲେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ପୁରସ୍କାର ଚାଇବାସାର ପ୍ରକାଶ ଷ୍ଟିଲ ୱର୍କସ, ଦ୍ବିତୀୟ ପୁରସ୍କାର ପାଟନାର ରବି ଷ୍ଟିଲ ଫର୍ଣ୍ଣିଚର, ତୃତୀୟ ପୁରସ୍କାର ଭାଗଲପୁରର ଫର୍ଣ୍ଣିଚର ମାଲ୍‌କୁ ପ୍ରଦାନ କରାଯାଇଥିଲା। ବେଷ୍ଟ୍ ଡିସପ୍ଲେ ପୁରସ୍କାର ଜହୁରା ଫର୍ଣ୍ଣିଚର-ଆସାନସୋଲ, ବେଷ୍ଟ ପ୍ରିମିୟମ ପ୍ରଡକ୍ଟ ସେଲ୍‌ ରାଞ୍ଚିର ଶୀଲା ଏଣ୍ଟରପ୍ରାଇଜେସକୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କମ୍ପାନିର ଅନ୍ୟ ଅଧିକାରୀ ଓ ବିତରକ ବନ୍ଧୁମାନେ ଉପିସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe