ମହିଳା ଉଦ୍ୟୋଗୀ ସଙ୍ଗୀତା ମହାନ୍ତି ସମ୍ମାନିତ

Advertisment
ମହିଳା ଉଦ୍ୟୋଗୀ ସଙ୍ଗୀତା ମହାନ୍ତି ସମ୍ମାନିତ

ବାଲେଶ୍ବର: ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ବାଲେଶ୍ବରର ସଙ୍ଗୀତା ମହାନ୍ତିଙ୍କୁ ‘କାଉନ୍‌ସିଲ ଫର୍‌ ବ୍ରାଣ୍ଡ ବିଜ୍‌ନେସ୍‌ ପ୍ରମୋସନ୍‌ସ ଆଣ୍ଡ୍‌ ରିସର୍ଚ୍ଚ’ ସଂଗଠନ ପକ୍ଷରୁ ବ୍ରାଣ୍ଡ କାଉନ୍‌ସିଲ ରେଟିଂ କନ୍‌କ୍ଲେଭ୍‌ ଆଣ୍ଡ୍‌ ଆୱାର୍ଡ-୨୦୨୨ରେ ସମ୍ମାନିତ କରାଯାଇଛି। ମୁମ୍ବାଇଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀ ଭାବେ ସଙ୍ଗୀତାଙ୍କୁ ଭାରତର ପ୍ରଥମ ମହିଳା ପ୍ରଶାସନିକ ଅଧିକାରୀ କିରଣ ବେଦୀ ସମ୍ମାନିତ କରିଛନ୍ତି। ବିଶ୍ବର ୧୦୦ ମନୋନୀତ ଉଦ୍ୟୋଗୀଙ୍କୁ ମଧ୍ୟରେ ସଙ୍ଗୀତା ରହିଛନ୍ତି। ସୂଚନାଯୋଗ୍ୟ, ସଙ୍ଗୀତା ୨୩ ବର୍ଷରୁ ବ୍ୟବସାୟ ଆରମ୍ଭ କରିବା ସହିତ ସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ସଫଳତା ସାଉଁଟିଛନ୍ତି। ସଙ୍ଗୀତା ରିୟଲ ଇ-ଷ୍ଟେଟ୍‌ କମ୍ପାନି ଏସିପିଏଲ୍‌ର ନିର୍ଦ୍ଦେଶକ ରହିଛନ୍ତି।

ବ୍ୟାଙ୍କ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ପଶୁମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା, ବୃକ୍ଷରୋପଣ, ଗରିବ ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସହାୟତା, ଚିତାବାଘଙ୍କୁ ସୁରକ୍ଷା ଦେବା ତଥା ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟ କରିବାକୁ ନେଇ ସେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛି। ସେହିପରି କରୋନା ସମୟରେ ପ୍ରତିଦିନ ୨ ଶହରୁ ଅଧିକ ପଶୁମାନଙ୍କୁ ଖାଇବାକୁ ଦେଉଥିବା ନେଇ ଜିଲ୍ଲାପାଳ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଶଂସା କରିଥିଲେ। ସଙ୍ଗୀତା ବର୍ତ୍ତମାନ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଡାଏରି ମନ୍ତ୍ରଣାଳୟ ଦ୍ୱାରା ସମ୍ମାନିତ ପଶୁ କଲ୍ୟାଣ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe