ଅଦାଲତ, ଅଫିସ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସାନିଟାଇଜେସନ୍ ପ୍ରସଂଗ : ପଦକ୍ଷେପ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବେ ସରକାର

Advertisment
ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

କଟକ : ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟଗୁଡିକ ସାନିଟାଇଜ୍‌ ପ୍ରସଂଗକୁ ନେଇ ଦାୟର ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଏସ.କେ. ମିଶ୍ର ଓ ଜଷ୍ଟିସ ଡି. ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପ୍ରିଲ ୨୨କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି। ଏହାମଧ୍ୟରେ ରାଜ୍ୟ ସରକାର ଚାହିଁଲେ ଆବେଦନକାରୀଙ୍କ ଅଭିଯୋଗକୁ ବିଚାରକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ସାନିଟାଇଜେସନ୍ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟ ସରକାର ଅବଗତ କରିବେ। ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମ-ସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ଅବଧି ଶେଷ ପୂର୍ବରୁ ସବୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟଗୁଡିକର ସାନିଟାଇଜେସନ୍ ପ୍ରସଂଗକୁ ନେଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ ରାଜ୍ୟ ଗୃହବିଭାଗ, ନଗର ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସିଏମ୍‌ସି ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe