ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ

Advertisment
ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ବରଗଡ଼: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ସଞ୍ଜୟ ଭୋଇ ୨୦୦୯ରୁ ୨୦୧୪ ଯାଏ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପ୍ରଖ୍ୟାତ ରାଜନେତା ତଥା ୪ ଥର ଲୋକସଭା ସଦସ୍ୟ କୃପାସିନ୍ଧୁ ଭୋଇଙ୍କ ସୁପୁତ୍ର। ପିତାଙ୍କ ବିୟୋଗ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ତେବେ ସେ ୨୦୧୪ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ। ବରଗଡ଼ ଜିଲ୍ଲାର ପାଇକମାଳଠାରେ ସଞ୍ଜୟ ଭୋଇଙ୍କ ଘର।

ଏହି ଅବସରରେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ଇମେଲ ଯୋଗେ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସରେ ଥାଇ ତାଙ୍କୁ କରିବା ଲାଗି ସୁଯୋଗ ମିଳୁ ନଥିଲା। ତେବେ ବିଜେଡି ତାଙ୍କ ସହ ଯୋ‌ଗାଯୋଗ କରି ନଥିବା କଥା ସେ ସ୍ପଷ୍ଟ କରିଛନ୍ତି। ସଞ୍ଜୟ ଭୋଇ କୁଲତା ସମାଜର ହୋଇଥିବା ହେତୁ ତାଙ୍କର ଯୋଗଦାନ ବିଜେପି ‌ କୁଲତା ଭୋଟ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe