ଇଡି ଚଢ଼ଉ ‌‌ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ

Advertisment
ଇଡି ଚଢ଼ଉ ‌‌ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ

ଭଦ୍ରକ: ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ଆଜି ଉଭୟକୁ ସମନ ଜାରି ହୋଇଛି। ଶ୍ରୀ ସାମଲ ବିଜେଡ଼ିର ଜଣେ ବରିଷ୍ଠ ବିଧାୟକ ହୋଇଥିବା ବେଳେ ତାଙ୍କର ଏଭଳି ସମୟରେ ଆଜି ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା। ଶ୍ରୀ ଦାସବର୍ମା ଭଦ୍ରକ ଆସି ବିଧାୟକ ଶ୍ରୀ ସାମଲଙ୍କୁ ଭେଟି ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ଦାସବର୍ମାଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ବିଜେଡ଼ିର ଅନ୍ୟ କର୍ମକର୍ତ୍ତା ଉପସ୍ଥିତଥିଲେ। ବିଧାୟକ ଶ୍ରୀ ସାମଲଙ୍କୁ ଶ୍ରୀ ଦାସବର୍ମାଙ୍କର ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe