ଆଇଏଏସ୍‌ ସ୍ତରରେ ଅଦଳବଦଳ: ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
663c0ba8-d407-477f-bf6d-f56ecf298994

ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି। ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହସ୍ତାନ୍ତର କରାଯାଇଛି। 

ରାଜ୍ୟ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍‌ର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିବା ବେଳେ ଗୁହା ପୁନମ୍‌ଙ୍କୁ ହସ୍ତତନ୍ତ୍ର ଓ ବୟନଶିଳ୍ପ କମିସିନର କମ୍‌ ସଚିବ ଭାବେ ନିଯୁକ୍ତ କରିଛନ୍ତି। ତାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। 

ସେହିପରି ଗିରିଶ ଏସ୍‌ ଏନ୍‌ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ନିଯୁକ୍ତ କରିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀରବିକ୍ରମ ଯାଦବଙ୍କୁ ବଦଳି କରିଛନ୍ତି। ରାଜ୍ୟରେ ଚାଷୀମାନଙ୍କ ପାଇଁ ମଣ୍ଡି ଖୋଲିବା ପୂର୍ବରୁ ସରକାର ଶ୍ରୀ ବିକ୍ରମଙ୍କୁ ବଦଳି କରିଛନ୍ତି। ସେହିପରି ସୁଶୀଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ସରକାର ଅବକାରୀ ବିଭାଗ କାଢ଼ି ନେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe