ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି

Advertisment
ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ସୁପ୍ରିମ୍‌ କୋର୍ଟ ଆଇନ୍‌ଜୀବୀ ସଂଜୀବ ପାଣିଗ୍ରାହୀଙ୍କୁ କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ଭାବେ ସଂଜୀବ ପାଣିଗ୍ରାହୀଙ୍କ ୱାରେଣ୍ଟରେ ସ୍ବାକ୍ଷର କରିଥିବା ଜାଣିବାକୁ ମିଳିଛି। ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

publive-image

ସୂଚନାଯୋଗ୍ୟ, ବଲାଙ୍ଗୀର ନିବାସୀ ସଂଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରି ହାସଲ କରିଛନ୍ତି। ସେ ବିଗତ ୧୫ ବର୍ଷ ଧରି ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତ ସେପ୍ଟେମ୍ବର ୩ରେ ସୁପ୍ରିମ କୋର୍ଟ କଲେଜିୟମ୍‌ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସଂଜୀବ ପାଣିଗ୍ରାହୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe