ସଂଜୀବଙ୍କ ଜାମିନ ଆବେଦନ ଖାରଜ

Advertisment
ସଂଜୀବଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର : ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମାନ୍ୟବର ସମ୍ବଲପୁର ଜିଲ୍ଲା ଦୌରା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜାମିନ ଖାରଜ ହେବା ପରେ ଏବେ ଜେଲ ହାଜତରୁ ଶିଘ୍ର ବାହାରିବା ଆଶା ମଉଳି ଯାଉଛି। ଜାମିନ ପାଇଁ ସେ ହାଇକୋର୍ଟ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିିଛି।

୨୦୧୩ ମସିହାରେ ତତ୍‌କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଧାନ ଜାଲିଆତି କରି ରେଂଗାଲି ବନ୍ଧ ବିସ୍ଥାପିତଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିିଲା। ରେଂଗାଲି ନଦୀବନ୍ଧର କ୍ଷତିଗ୍ରସ୍ତ ପ୍ରଜା ମଧୁସୂଦନ ଗଡ଼ନାୟକ ଓ ତାଙ୍କ ଭାଇ ଶିବ ପ୍ରସାଦ ଗଡ଼ନାୟକଙ୍କ କ୍ଷତିପୂରଣ ବାବଦ ୨୭,୦୧,୮୪୮ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା ୧୦ ଅକ୍ଟୋବର ଦିନ ସଂଜୀବଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe