୪୬ ବର୍ଷ ପରେ ଘରକୁ ଫେରିଲେ ଶଙ୍କର

Advertisment
୪୬ ବର୍ଷ ପରେ ଘରକୁ ଫେରିଲେ ଶଙ୍କର

ଜାମଦା(୧): ଦୀର୍ଘ ୪୬ ବର୍ଷ ପରେ ଘରକୁ ଫେରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଜାମଦା ଗ୍ରାମର ଶଙ୍କର ମହାକୁଡ଼। ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଘର ଛାଡ଼ି ଶଙ୍କର କଲିକତାକୁ ଚାଲି ଯାଇଥିଲେ। ମାତ୍ର ୧୨ ବର୍ଷରେ ଘର ଛାଡ଼ିଥିବା ଶଙ୍କରଙ୍କୁ ଏବେ ୫୮ ବର୍ଷ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କଲିକତା ଗଲା ପରେ ଆଉ ଜନ୍ମମାଟିକୁ ଫେରିନଥିଲେ ଶଙ୍କର। କଲିକତାରେ ୪୬ ବର୍ଷ ଧରି ଦିନ ମଜୁରିଆ ଭାବେ କାମ କରିବା ପରେ ଗତ ମାସେ ତଳେ ଗାଁ’କୁ ଫେରିଛନ୍ତି। ପ୍ରଥମେ ତାଙ୍କୁ କେହି ଚିହ୍ନି ପାରିନଥିଲେ।

ନିଜ ପରିଚୟ ଦେଲା ପରେ ସାନଭାଇ ପଠାଣି ମୁହାକୁଡ଼ ଓ ପାଖ ପଡ଼ୋଶୀ ତାଙ୍କୁ ଚିହ୍ନିଥିଲେ। ଏବେ ସାନଭାଇ ପାଖରେ ସେ ଆଶ୍ରିତ। ପେଟ ପାଇଁ ଶଙ୍କର ଏବେ ବି  ମୂଲ ଲାଗୁଛନ୍ତି। କଲିକତାରେ କାମ କରୁ କରୁ ଜୀବନସାଥୀ କଥା ଭାବିବାକୁ କେବେ ସମୟ ପାଇନାହାନ୍ତି ଶଙ୍କର। ରାତିରେ ସାନଭାଇର ରୋଷେଇ ଘରେ ଶୋଇ ସକାଳୁ ସକାଳୁ ମୂଲ ଲାଗିବାକୁ ବାହାରି ଯାଆନ୍ତି। ବାପା, ମା’ ଓ ସାନଭଉଣୀ କେବେଠୁ ଇହଧାମ ତ୍ୟାଗ କରି ସାରିଲେଣି। ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କ ପାଇଁ ଆବାସ, ରାସନ୍‌କାର୍ଡ, ଭତ୍ତା ଆଦିର ସୁବିଧା କରିବା ପାଇଁ ଶଙ୍କର ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ନେହୁରା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe