ରଥରେ ଦିଅଁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

Advertisment
ରଥରେ ଦିଅଁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ଚତୁର୍ଦ୍ଧା ମୂର୍ତ୍ତି ରଥରେ ବିଜେ କରିବା ପରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତିନି ରଥକୁ ଯାଇ ଦିଅଁମାନଙ୍କୁ ଦର୍ଶନ କରିଛନ୍ତି।

ଏହା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାମଜାନରେ ବସି ଛେରା ପହଁରା ପାଇଁ ଆସିବେ। ତା’ପରେ ରଥଟଣା ଆରମ୍ଭ ହେବ।

ଆଜି ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସିଥିଲେ ସୁଦର୍ଶନ। ତାଙ୍କ ପଛକୁ ବଡ଼ଠାକୁର ବଳଦେବ, ଭଉଣୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଶେଷରେ ମଦନମୋହନ ରଥକୁ ବିଜେ କରିଥିଲେ।
ସକାଳ ୮: ୧୫ରେ ରଥ ପ୍ରତିଷ୍ଠା କରାଯିବା ପରେ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା।

publive-image

ଅପରାହ୍ଣ ୨ରୁ ୩ଟା ଭିତରେ ଛେରାପହଁରା ନୀତି ଶେଷ ପରେ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ହୋଇ ତିନି ରଥରେ ଘୋଡ଼ା ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe