ଶଙ୍ଖଜିନୀ ପ୍ରଧାନ ପାଇଲେ କୃତୀ କୃଷକ ସମ୍ମାନ

Advertisment
ଶଙ୍ଖଜିନୀ ପ୍ରଧାନ ପାଇଲେ କୃତୀ କୃଷକ ସମ୍ମାନ

ଯୁଯୁମୁରା : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଗୁରୁବାର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆରେ ଆୟୋଜିତ କୃଷି ବିକାଶରେ ନୂତନ ଜ୍ଞାନ କୌଶଳ କାର୍ଯ୍ୟକ୍ରମରେ ‘କୃତୀ କୃଷକ ସମ୍ମାନ’ ପାଇ ସମ୍ୱଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁଯୁମୁରା ବ୍ଲକ୍‌ ଘେନୁପାଲି ପଞ୍ଚାୟତ ଠାକୁରମାଲ ମା’ ଶୁଭଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା ତଥା ମହିଳା ଚାଷୀ ଶଙ୍ଖଜିନୀ ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ, ଗତ ୨୦୨୧ ନଭେମ୍ବର ମାସରେ ‘ଫିକି’, ‘ମିସନ୍ ଶକ୍ତି’ ଓ ‘ସମ୍ବାଦ’ର ମିଳିତ ସହଯୋଗରେ ଭୁବନେଶ୍ଵରର ହୋଟେଲ ସ୍ବସ୍ତି ପ୍ରିମିୟମ ଅନୁଷ୍ଟିତ ‘ଓଡ଼ିଶା - ୫୦’ର ଉଦ୍‌ଯାପନୀ ଉତ୍ସବରେ ଶଙ୍ଖଜିନୀଙ୍କୁ ସାରଦା ସୀମା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୨ଟି ଅଭିନବ କୃଷି ଯନ୍ତ୍ରପାତି ଉଦ୍ଭାବନ କରି ମୁଖ୍ୟମନ୍ତ୍ରୀ ଅଭିନବ ଯନ୍ତ୍ରପାତି ପୁରସ୍କାର ଯୋଜନାରେ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe