ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ସାଁସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

Advertisment
ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ସାଁସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ‘ସାଁସ’ (ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଅଭିଯାନ) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛିା ଏହି ଅବସରରେ ବ୍ୟାପକ ଜନସଚେତନତା ପାଇଁ ଅନେକ ସ୍ୱାସ୍ଥ୍ୟ ଶିକ୍ଷା ଉପକରଣ (ଲିଫ୍‌ଲେଟ୍‌ ଓ ପୋଷ୍ଟର ଇତ୍ୟାଦି) ଉନ୍ମୋଚିତ ହୋଇଛି।

ଏହି କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଯାଇଥିବା ବେଳେ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଚାଲିବ । କାର୍ଯକ୍ରମରେ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କର ନିମୋନିଆ ଲକ୍ଷଣ ଚିହ୍ନଟ କରିବା ସହିତ ଚିକିତ୍ସା ପାଇଁ ପଦକ୍ଷେପ ନେବେ ଓ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ, ୟୁନିସେଫ୍‌ର କର୍ମକର୍ତା ତଥା ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନର ପଦାଧିକାରୀମାନେ ବ୍ୟକ୍ତିଗତ ଭାବେ / ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣ କରିଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe