ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

Advertisment
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ରାୟଗଡ଼ା: ଦାୟିତ୍ବରେ ଅବହେଳା ପାଇଁ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କ‌େରେଡା ସରକାରୀ ହାଇସ୍କୁଲର ସଂସ୍କୃତ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ ଜିଲ୍ଲାପାଳ ପ୍ର‌ମୋଦ କୁମାର ବେହେରା ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ରାୟଗଡ଼ା ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି। ଏଥି ସହିତ ବିଡ଼ିଓଙ୍କ ବିନା ଅନୁମତିରେ ବ୍ଲକ୍ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିଲମ୍ବନ ପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।

publive-image

କରୋନା ମୁକାବିଲା ଲାଗି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କେରେଡା ଆଶ୍ରୟସ୍ଥଳୀ ପରିଦର୍ଶନରେ ଯାଇଥିଲେ ଜିଲ୍ଲାପାଳ। କେରେଡା ହାଇସ୍କୁଲ ପରିସରରେ ବାହାର ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦାଦନକୁ ଗୃହାବଦ୍ଧରେ ରଖାଯାଇଛି। ଗୃହାବଦ୍ଧରେ ଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା, ଖାଦ୍ୟପେୟ ସଂପର୍କରେ ଜିଲ୍ଲା ପ୍ରଶାସନ ୨୪ ଘଣ୍ଟିଆ ନଜର ରଖୁଥିବା ବେଳେ ତଦାରଖ ପାଇଁ ବ୍ଲକ୍ ଓ ସ୍କୁଲ୍ କର୍ତୃପକ୍ଷଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ଦାୟିତ୍ବରେ ଥିବା ସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ତ୍ରିପାଠୀ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜଣା ପଡିଥିଲା। ଫଳରେ ଜିଲ୍ଲାପାଳ ଶ୍ରୀ ବେହେରା ସଂସ୍କୃତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଙ୍ଗଳ ବିଭାଗ ଚିଠି ନଂ-୧୮୦/୨୦୨୦ ତା: ୧/୪/୨୦ରେ ଏହି ନିର୍ଦେଶନାମା ପ୍ରକାଶ ପାଇଛି। ନିର୍ଦେଶନାମାର ନକଲ କେରେଡା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ରାୟଗଡ଼ା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe