ଭୁବନେଶ୍ବର: : ସ୍ବାଧୀନତାର ପାବନ ଅମୃତ ମହୋତ୍ସବ ଅବସରରେ ମହାନ୍ ଭାରତୀୟ ସଂସ୍କୃତିର ମହନୀୟତାକୁ ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇବା ତଥା ଆମର ପର ପୀଢିକୁ ଭାରତୀୟ ସଂସ୍କୃତିର ଗୌରବ ଗାଥା ସହିତ ପରିଚିତ କରାଇବା ପାଇଁ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ବାରା ଓଡ଼ିଶାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମୂହ ମାଧ୍ୟମରେ ଚଳିତ ମାସ ୨୨ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ''ସଂସ୍କୃତି ବୋଧ ଅଭିଯାନ'' ଆୟୋଜନ କରାଯାଉଛି।
ଏହି ଅଭିଯାନ ସମୟରେ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ତଥା ଆଚାର୍ଯ୍ୟ ଆଚାର୍ଯ୍ୟ ନିଜ ନିଜ ଅଞ୍ଚଳର ସମସ୍ତ ପରିବାରକୁ ସଂପର୍କ କରି ସାଧାରଣ ଜନତା, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଶିକ୍ଷକ ସମାଜଭଳି ବିଭିନ୍ନ ବର୍ଗର ଜନତାଙ୍କୁ ''ନାମ ପଞ୍ଜିକରଣ'' କରିବାକୁ ଅନୁରୋଧ କରିବେ । ପଞ୍ଜିକୃତ ବ୍ୟକ୍ତିବିଶେଷଙ୍କୁ ପୁସ୍ତକ ତଥା ଅନଲାଇନ ମାଧ୍ୟମରେ ଭାରତୀୟ ସଂସ୍କୃତି ଆଧାରିତ ବିଭିନ୍ନ ବିଷୟରେ ସରଳ ନମୂନା ପ୍ରଶ୍ନୋତ୍ତର ପ୍ରଦାନ କରିବେ। ଆଗାମୀ ବର୍ଷ ଜାନୁଆରି ୯ ତାରିଖରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତକାର୍ଯ୍ୟ ହୋଇଥିବା ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି।
ଆଗ୍ରହୀ ଅଭିଭାବକ, ଛାତ୍ରଛାତ୍ରୀ,ପୂର୍ବତନଛାତ୍ର ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟା, ସଂସ୍କୃତିପ୍ରେମୀମାନଙ୍କୁ ଏହି ଅଭିଯାନରେ ହେବାକୁ ଶିକ୍ଷା ବିକାଶ ସମିତି ଓଡ଼ିଶା ତରଫରୁ ନିବେଦନ କରାଯାଇଛି ।
Follow Us