ନବୀନ ନିବାସକୁ ପଦଯାତ୍ରାରେ ବାହାରିଲେ ସାନ୍ତାଳୀ ଭାଷା ଶିକ୍ଷକ

ନବୀନ ନିବାସକୁ ପଦଯାତ୍ରାରେ ବାହାରିଲେ ସାନ୍ତାଳୀ ଭାଷା ଶିକ୍ଷକ

ରାଇରଙ୍ଗପୁର: ସାନ୍ତାଳୀ ଭାଷା ଶିକ୍ଷକଙ୍କୁ ନିୟମିତ ଦାବିନେଇ ବାରିପଦାସ୍ଥିତ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅକ୍ଟୋବର ୧୨ ତାରିଖରୁ ମାସାଧିକକାଳ ଧାରଣା ଜାରି ରହିଥିଲା। ପ୍ରଶାସନ ଏବଂ ଶିକ୍ଷା ବିଭାଗ କର୍ଣ୍ଣପାତ ନକରିବାରୁ ଆଜି ସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି। ବିର୍ସା ମୁଣ୍ତାଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବ୍ଲକ୍‌ ପୋଖରିଆ ଗ୍ରାମରୁ ସାନ୍ତାଳୀ ଭାଷା ଶିକ୍ଷକ ଓ ଅଂଚଳର ୩ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ପଦଯାତ୍ରାରେ ସାମିଲ ହୋଇ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି।

ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମିଳିଥିବା ନିଯୁକ୍ତିପତ୍ର ଓ ପୋଷାକ ନବୀନ ନିବାସରେ ପହଞ୍ଚି ଫେରାଇ ଦେବେ ବୋଲି କହିଛନ୍ତି। ନିଖିଳ ଓଡ଼ିଶା ସାନ୍ତାଳୀ ଭାଷା ଶିକ୍ଷକ ସଂଘ, ଆଦିବାସୀ ଶିକ୍ଷକ ସଂଘ, ମାସା ଆର୍ମୀ, ଜେଏମ୍‌ଏମ୍‌ ସମେତ ଅନ୍ୟ ସଂଘ ସହଯୋଗରେ ପଦଯାତ୍ରାରେ ବାହାରିଛନ୍ତି। ସୂଚନାଯୋଗ୍ୟ, ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ନିକଟସ୍ଥ ପୋଖରିଆରେ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦିବାସୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୫ ବର୍ଷରୁ ଊର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ତାଙ୍କୁ ନିୟମିତ କରାଯାଇନଥିବାରୁ ଆଜି ସେହି ଗ୍ରାମରୁ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଭୁବନେଶ୍ବର ଅଭିମୂଖେ ପଦଯାତ୍ରା ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରୁ ୫ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ପଦଯାତ୍ରାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଆଜି ଅଭିଯାତ୍ରୀ ଦଳ ରାଇରଙ୍ଗପୁର ପୋଖରିଆ ଗ୍ରାମରୁ ବାହାରି ବିଜାତଳା ବ୍ଲକର ଭରଣ୍ତିଆଠାରେ ପହଞ୍ଚିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe