Santhakabi Bhim Bhoi Jayanthi celebrations are celebrated in Boudh Raasingha Photograph: (sambad.in)
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ବଢ଼ିଗାଁ ପଞ୍ଚାୟତ ବଳାସିଙ୍ଗା ଭୀମଭୋଇଙ୍କ ଜ୍ଞାନ ପୀଠ ପବିତ୍ର ମହୁଲମୂଳ ଠାରେ ମହିମା ବିକାଶ ପରିଷଦ ଆନୁକୂଲ୍ୟରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ବୌଦ୍ଧ ଜିଲ୍ଲପାଳ ସୁବ୍ରତ କୁମାର ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୁଲମୂଳର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସାହାଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।
ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ, ସମ୍ପାଦକ ସାଧୁ କୁଳଧର ଦାସ ବିବରଣୀ ପାଠ କରିଥିଲେ। ସାଧୁ କୃଷ୍ଣ ଚନ୍ଦ୍ର ଦାସ ପରିଚାଳନା କରିଥିଲେ।
ଅଧିକ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ: ଆଇଏମଡିର ପୂର୍ବାନୁମାନ
ମୁଖ୍ୟବକ୍ତା ଭାବେ ପୂର୍ବ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅନ୍ୟତମ ବକ୍ତା ଭାବେ ଗବେଷକ ବିଦ୍ୟାଲୋଚନ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜିକ କର୍ମୀ ସ୍ବାଧୀନ କୁମାର ପ୍ରାଧାନ ମଞ୍ଚାସିନ ଥିବାବେଳେ ପୂର୍ଵ ସରପଞ୍ଚ ସଦାନନ୍ଦ ପ୍ରଧାନ,ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ, ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଉଦ୍ଯାପିତ
Boudh
Follow Us