‘ସମ୍ବାଦ-ସାହିତ୍ୟଘର’ର ଚାରାରୋପଣ କାର୍ଯ୍ୟକ୍ରମ: ଚଳିତ ବର୍ଷ ରାଜ୍ୟରେ ଲାଗିଲାଣି ୧ ଲକ୍ଷ ୨୫ ହଜାର ଗଛ

ପରିବର୍ତ୍ତିତ ପରିବେଶକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଜୀବଜଗତ ବିପଦମୁହାଁ ହୋଇଛି। ଏପରି ଦୁଃସ୍ଥିତିରୁ ମୁକୁଳିବା ପାଇଁ ୭ବର୍ଷ ତଳେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ....

sahitya ghara sfsf
ଭୁବନେଶ୍ବର: ପରିବର୍ତ୍ତିତ ପରିବେଶକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଜୀବଜଗତ ବିପଦମୁହାଁ ହୋଇଛି। ଏପରି ଦୁଃସ୍ଥିତିରୁ ମୁକୁଳିବା ପାଇଁ ୭ବର୍ଷ ତଳେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ଆରମ୍ଭ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଯାହା ଆଜି ଏକ ଆନ୍ଦୋଳନର ରୂପ ନେଇଛି। ପ୍ରତିବର୍ଷ ‘ସମ୍ବାଦ’ର ୯ଟି ସଂସ୍କାରଣ ଅଧୀନରେ ଥିବା ରାଜ୍ୟ ଓ ରାଜ୍ୟ ବାହାରର ୩୭୧ଟି ‘ସାହିତ୍ୟଘର’ ଶାଖାର ୪୦ ହଜାରରୁ ଅଧିକ ସଦସ୍ୟ ଚାରାରୋପଣ ଅଭିଯାନ ଚଳାଇଛନ୍ତି। ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ମୋଟ ୬ ଲକ୍ଷରୁ ଅଧିକ ଚାରା ରୋପଣ ହୋଇଛି। ତେବେ ଚଳିତ ବର୍ଷ ଏହି ଅଭିଯାନ ଆଉପାଦେ ଆଗେଇଛି।
୩୧ ତାରିଖ ଯାଏଁ ଚାଲିବ ଅଭିଯାନ
ଶୁଭେଚ୍ଛା ଜଣାଇଲେ ସୌମ୍ୟରଂଜନ
ଏଯାଏଁ ମୋଟ ୧ ଲକ୍ଷ ୨୫ ହଜାରରୁ ଅଧିକ ଚାରା ରୋପଣ ହୋଇସାରିଛି। ଆସନ୍ତା ୩୧ ତାରିଖ ଯାଏଁ ଅଭିଯାନ ଚାଲିବାକୁ ଥିବାବେଳେ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଆଜି ଯୁବ ସ୍ବାଭିମାନ ଦିବସ ଅବସରରେ ରାଜ୍ୟରେ ୧୦ ହଜାରରୁ ଅଧିକ ଗଛ ଲାଗିଛି।  ଭୁବନେଶ୍ବର ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ କଲ୍‌ଚର୍‌’ ପରିସରରେ ଚଳିତ ବର୍ଷ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଲ୍ଲେଖ ଥାଉକି ‘ସମ୍ବାଦ-ସାହିତ୍ୟଘର’ ବୃକ୍ଷରୋପଣ ଅଭିଯାନ ଓ ପରିବେଶ ସୁରକ୍ଷା ଦିଗରେ କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ଉଦାହରଣ ସୃଷ୍ଟି କରିପାରିଛି। ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛି। ଏନେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏବଂ ‘ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ‘ସାହିତ୍ୟଘର’ର ସଦସ୍ୟ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହିତ ବୃକ୍ଷରୋପଣ ଅଭିଯାନକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe