କୋରାପୁଟ ସାଂସଦଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ବ

Advertisment
କୋରାପୁଟ ସାଂସଦଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ବ

ଜୟପୁର: ଅଖିଳ ଭାରତ କଂଗ୍ରେସ କମିଟି( ଏଆଇସିସି) ପକ୍ଷରୁ ଛତିଶଗଡ଼ କଂଗ୍ରେସର ଏଆଇସିସିର ଦାୟିତ୍ବ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କୁ ଦିଆଯାଇଛି। ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏ ନେଇ ଏକ ପ୍ରେସବିଜ୍ଞପ୍ତି ଜାରି କରିଛନ୍ତି। ସାଂସଦ ଶ୍ରୀ ଉଲ୍ଲାକା ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଜଣେ ଯୁବ ସାଂସଦ ତଥା କୋରାପୁଟ ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଏଭଳି ସ୍ବତନ୍ତ୍ର ଭାବେ ଗୋଟିଏ ରାଜ୍ୟର ଦାୟିତ୍ବ ମିଳିବା ପ୍ରଥମ ।

ତାଙ୍କୁ ଏହି ଦାୟିତ୍ବ ଦେଇଥିବାରୁ ତାଙ୍କୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ଯ୍ୟକାରୀ କମିଟି ସଭାପତି ପ୍ରଦୀପ ମାଝୀ, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେଭଳି ଉତ୍ତରାଖଣ୍ଡ ପାଇଁ ବିଧାୟିକା ଦୀପିକା ପାଣ୍ଡେ ସିଂ, ସଂଜୟ ଦତ୍ତଙ୍କୁ ତାମିଲନାଡୁ ଓ ପୁଡ଼ୁଚେରୀର ଏଆଇସିସିର ସଂପାଦକ ପଦବୀରୁ ଅବ୍ୟାହତି ଦିଆଯିବା ସହ ଏବେ ହିମାଚଳ ପ୍ରଦେଶର ଦାୟିତ୍ବ ଦିଆଯାଇଛି। ସେଭଳି ଇମରାନ ମାସୁଦଙ୍କୁ ଦିଲ୍ଲୀ ଓ ବ୍ରିଜଲାଲ କବାରୀଙ୍କୁ ବିହାର ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe