ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର

Advertisment

କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି

କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି

ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଥିବା ବେଳେ ଆଠଗଡ଼ ବ୍ଲକରେ ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇ ପଡ଼ିଥିବା ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ସୂଚନା ଦେଇଛନ୍ତି।

୪ଟି ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବ୍ଲକ୍‌ର ଇଚ୍ଛାପୁର, ତରଡ଼ିଙ୍ଗ, ମହାକାଳବସ୍ତ ଓ କୁଲାଇଲୋ ପଂଚାୟତର ୧୬ଟି ଗ୍ରାମରୁ ୫ ହଜାର ୪୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବିଡିଓ ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି। ଉପରୋକ୍ତ ୪ଟି ପଞ୍ଚାୟତର ୧୦ ହଜାର ୬୫୦ ଲୋକ ପାଣି ଘେରରେ ଅଛନ୍ତି। ଇଚ୍ଛାପୁର ଗ୍ରାମର ସାପୁଆ ନଦୀର ମାଳବନ୍ଦରେ ୨ଟି ଘାଇ, ମହାକାଳବସ୍ତ ଜିଆଣିଆରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଙ୍କୁଲା ପାଟ ନିକଟରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।  ଆଠଗଡ଼ ଏନ୍‌ଏସିର ୭ଟି ୱାର୍ଡ ପାଣି ଘେରରେ ରହିଥିବା ବେଳେ ଗଦାସାହିରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଏନ୍‌ଏସିର ୨, ୩, ୪, ୧୦, ୧୧, ୧୨ ଓ ୧୩ ନମ୍ବର ୱାର୍ଡ ବନ୍ୟା ଘେରରେ ଥିବା ବେଳେ ୧୦ ରୁ ଅଧିକ ବ୍ୟକ୍ତିଙ୍କ ଘର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପାଣି ଜମି ରହି ଆଠଗଡ଼ ସହର କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe