ସାରଦା ଗ୍ରୁପ୍‌ର ୩୭୯୮ କ୍ଷୁଦ୍ର ଜମାକାରୀ ଚିହ୍ନଟ

Advertisment

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ

ସାରଦା ଗ୍ରୁପ୍‌ର ୩୭୯୮ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ସାରଦା ଗ୍ରୁପ ଅଫ୍‌ କମ୍ପାନିଜର ୩ ହଜାର ୭୯୮ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କୋଲକାତାର ଅଲ୍ଲୀପୁର ଜେଲରେ ଥିବା ସାରଦା ଗ୍ରୁପ୍‌ ମୁଖ୍ୟ ସୁଦୀପ୍ତଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍‌ ଜାରି କରାଯାଇଛି।

publive-image୨୦୧୭, ନଭେମ୍ବର ୨ରେ ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ ହାଜର ହୋଇ ୩ ହଜାର ୭୯୮ କ୍ଷୁଦ୍ର ଜମାକାରୀଙ୍କ ଦାବି ଉପରେ ପକ୍ଷ ରଖିବାକୁ କମିସନ୍‌ ସୁଦୀପ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜମାକାରୀମାନେ ସାରଦା ଗ୍ରୁପର ସାରଦା ଗାର୍ଡେନ୍‌ ରେସର୍ଟ ଆଣ୍ଡ୍‌ ହୋଟେଲ ପ୍ରାଇଭେଟ ଲିମିଟେଡ୍‌, ସାରଦା ହାଉସିଂ ପ୍ରାଇଭେଟ୍‌ ଲମିଟେଡ୍‌, ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌, ସାରଦା ଟୁର୍‌ସ୍‌ ଆଣ୍ଡ୍‌ ଟ୍ରାଭେଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ରେ ସେମାନଙ୍କ ଟଙ୍କା ନିବେଶ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ। ୨୦୧୭, ଅଗଷ୍ଟ ୨ରେ କମିସନ୍‌ ଜାରି କରିଥିବା ନୋଟିସ୍‌ ସୁଦୀପ୍ତଙ୍କୁ ଜେଲ ଅଧୀକ୍ଷକ ୨୦୧୭, ସେପ୍ଟେମ୍ବର ୨ରେ ପ୍ରଦାନ କରି ଏ ସଂପର୍କରେ କମିସନଙ୍କୁ ଅବଗତ କରିଥିଲେ। କିନ୍ତୁ ଆଜି ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ସାରଧା ଗ୍ରୁପ୍‌ ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକାରୀଙ୍କ ସତ୍ୟପାଠକୁ ଗ୍ରହଣ କରି କମିସନ୍‌ ସାରଧା ଗ୍ରୁପର ୩ ହଜାର ୭୯୮ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏହି ଜମାକାରୀଙ୍କ ପ୍ରସଂଗରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ସୂଚନା ଯୋଗ୍ୟ ଯେ ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରାଯାଉଛି। ଇତି ମଧ୍ୟରେ ଶହେରୁ ଅଧିକ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସାରିଛି। ନୋଟିସ୍‌ ପାଇ ଅଧିକାଂଶ ସଂସ୍ଥା କମିସନଙ୍କ ନିକଟରେ ହାଜର ହେଉ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe