ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ‌ଷଢ଼େଇକଳା: ଓଡ଼ିଆରେ ଭାଷଣ ଦେଲେ ମୁଖ୍ୟମନ୍ତ୍ରୀ

Advertisment

ସୋମବାର ଝାଡ଼ଖଣ୍ଡର ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି।

ସୋମବାର ଝାଡ଼ଖଣ୍ଡର ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି।

sfssfsf

କେନ୍ଦୁଝର: ସୋମବାର ଝାଡ଼ଖଣ୍ଡର ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ହେଉଛନ୍ତି ତିନି ଭଉଣୀ। ଏଠାରେ କ୍ରୋମାଇଟଠୁ ଆରମ୍ଭ କରି ବକ୍ସାଇଟ୍‌, ଲୁହାପଥର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଏହି ତିନି ରାଜ୍ୟ ବିନା ବିକଶିତ ଭାରତ ଅସମ୍ଭବ। ଛତିଶଗଡ଼ରେ ଗତ କଂଗ୍ରେସ ସରକାର ସମୟରେ ଖଣି ଲୁଟ୍‌ ହେଉଥିଲା। ଗତ ନିର୍ବାଚନରେ ଲୋକେ କଂଗ୍ରେସର ଏହି ଲୁଟ୍‌କୁ ପ୍ରଶ୍ରୟ ଦେଲେନାହିଁ। ସେଠାର ବିଜେପି ସରକାରକୁ କ୍ଷମତାକୁ ଆଣିଲେ। ସେମିତି ଓଡ଼ିଶାରେ ମଧ୍ୟ ଗତ ୨୪ ବର୍ଷର ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଝାଡ଼ଖଣ୍ଡର ପାଳି ଆସିଛି। ଏଠାକାର ଖଣି ଓ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଜେଏମ୍‌ଏମ୍‌ ସରକାରକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ। 

ସେ ଆହୁରି କହିଥିଲେ, ଯୁବଗୋଷ୍ଠୀଙ୍କୁ ଜେଏମ୍‌ଏମ୍‌ ସରକାର ଧୋକା‌ ଦେଇଛି। ଓଡ଼ିଶାରେ ସେ ନୂଆ ସରକାରର ନେତୃତ୍ବ ନେବା ପରେ ଦେଢ଼ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସୁଦ୍ଧା ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆସରିଲାଣି। ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସରକାର ଆସିଲେ ଯୁବକଯୁବତୀଙ୍କୁ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ ଏବଂ ଆଦିବାସୀଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ। କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓଡ଼ିଶାରେ ବିଜେପି ସରକାରର ସଫଳତା ବର୍ଣ୍ଣନା କରିଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।‌ ସଭାରେ ଷଢ଼େଇକଳାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଆ ଭାଷାଭାଷୀବହୁଳ ମୋଟ ୪୩ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ହେଉଛି। ଏଥିପାଇଁ ଆଜି ପ୍ରଚାର ‌ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe