NewsKarnataka
କଟକ : ୩୦ ଲକ୍ଷ ଟଙ୍କାର ଜମି ଠକେଇ ଅଭିଯୋଗରେ ସାରଳା ରିଅଲ୍କନ ସ˚ସ୍ଥାର ନିର୍ଦ୍ଦେଶକ ପଙ୍କଜିନୀ ଜେନାଙ୍କୁ ଆଜି ବିଡାନାସୀ ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ବର ପଟିଆ ଅଞ୍ଚଳରେ ମୂଲ୍ୟବାନ୍ ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇ ବିଡାନାସୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସେ ଠକିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ସାରଳା ରିଅଲ୍କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ। ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଡାନାସୀ ଅଞ୍ଚଳର ସନ୍ତୋଷ କୁମାର ସାହୁଙ୍କୁ ମଧ୍ୟ ପଟିଆ ଅଞ୍ଚଳରେ ଜମି ଯୋଗାଇ ଦେବାକୁ କହି ସଂସ୍ଥା ପକ୍ଷରୁ ମୋଟ ୩୦ ଲକ୍ଷ ଟଙ୍କା ନେଇଥିଲେ ଗୟାଧରଙ୍କ ପତ୍ନୀ ପଙ୍କଜିନୀ। ଏ ସ˚କ୍ରାନ୍ତରେ ଗଲା ୧୯ ତାରିଖରେ ବିଡାନାସୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଉଭୟ ଗୟାଧର ଓ ପଙ୍କଜିନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
Follow Us