ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ସରପଞ୍ଚଙ୍କୁ ହତ୍ୟା

ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

DNA India

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲମରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ କିଛି ଦୁର୍ବୃତ୍ତ ଆଜି ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୁଶାନ୍ତ ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ କାମ ସାରି ପଞ୍ଚାୟତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ଆଗରୁ ସେମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ହାଣି ପକାଇଥିଲେ। ଏଥିରେ ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତ ଜୁଡୁବୁଡ଼ୁ ସୁଶାନ୍ତ ତଳେ ପଡ଼ିଯିବା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ସେମାନେ ସୁଶାନ୍ତଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାତି ପ୍ରାୟ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ ଘଟଣାକୁ କେନ୍ଦ୍ର କରି ସୁଶାନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଏହାକୁ ନେଇ ଆଜି ସଂଧ୍ୟାରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସୁଶାନ୍ତ ପଞ୍ଚାୟତ ଅଫିସ୍‌ ଚାଲି ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁଁ ରାସ୍ତାଘାଟ ଶୂନଶାନ୍‌ ଥିବାରୁ ଏହାର ଫାଇଦା ନେଇ ସେମାନେ ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe