Times of India
ଫୁଲବାଣୀ : ପୂର୍ବତନ ସରପଞ୍ଚଙ୍କୁ ଜମିଜମା ବିବାଦକୁ ନେଇ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସଂପର୍କୀୟ ପୁତୁରା। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସାରଙ୍ଗଗଡ଼ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜ ବିଷୋୟୀ(୭୦)ଙ୍କୁ ପଡ଼ୋଶୀ ତଥା ସଂପର୍କୀୟ ପୁତୁରା ଡେପୁଟି ବିଷୋୟୀ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଗ୍ରାମକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବାରୁ ପୁଲିସ ଗ୍ରାମକୁ ଆସିପାରିନି। ହତ୍ୟାକାରୀ ଫେରାର୍ ହୋଇଯାଇଥିବା ଘୁ.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି` ସୂଚନା ପ୍ରକାରେ ବ୍ରଜ ଓ ଡେପୁଟି ବିଷୋୟୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସନ୍ଧ୍ୟା ୭ଟାରେ ପୁଣି ପାଟିତୁଣ୍ଡ ହୋଇଥିବା ବେଳେ ପୁତୁରା ଡେପୁଟି ଏକ ଟାଙ୍ଗିଆରେ ବ୍ରଜଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସାରଙ୍ଗଗଡ଼ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Follow Us