ଜାମିନ ପାଇଁ ହାଇକୋର୍ଟରେ ସାରଥିଙ୍କ ଆବେଦନ

ଜାମିନ ଲାଗି ହାଇକୋର୍ଟଙ୍କ ସର୍ତ୍ତ : ବାରିମୂଳ ଯାଇ ପାରିବେନି କି ଧର୍ମସଭା କରି ପାରିବେନି ସାରଥି

କଟକ : ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ସାରଥି ଆଗୁଆ ଜାମିନ ଆବେଦନ ରୁଜୁ କରିଥିବା ଜଣାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିିଂ ଆକ୍ଟ, ୨୦୦୨ ଅନୁସାରେ ପଦକ୍ଷେପ ନେଇ ଇଡି ସାରଥିଙ୍କ ସମସ୍ତ ସଂପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏ ନେଇ ଇଡି ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବିଭିନ୍ନ ପର୍ଯ୍ୟାୟରେ ସାରଥିଙ୍କୁ ଚୌଦ୍ୱାର ଜେଲ ଭିତରେ ଇଡି ଅଧିକାରୀ ଜେରା ମଧ୍ୟ କରିଥିଲେ। ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ସମେତ ଭୁବନେଶ୍ୱରରେ ଥିବା ଘର, ବ୍ୟାଙ୍କ ଜମା ଇଡି ଜବତ କରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe