ସର୍ବକ୍ଷମାକୁ ହାଇକୋର୍ଟରେ ଚାଲେଞ୍ଜ: ସରକାରଙ୍କୁ ନୋଟିସ୍‌

Advertisment
ସର୍ବକ୍ଷମାକୁ ହାଇକୋର୍ଟରେ ଚାଲେଞ୍ଜ: ସରକାରଙ୍କୁ ନୋଟିସ୍‌

କଟକ : କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ବିଭିନ୍ନ ସହରରେ ଥିବା ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ପ୍ଲାନ୍‌ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା କୋଠାବାଡିକୁ ନିୟମିତ କରିବା ପାଇଁ ସରକାର ଆଣିଥିବା ସର୍ବକ୍ଷମା ଯୋଜନାକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସିଡିଏ, ବିଡିଏ ଓ ଅନ୍ୟ କେତେକ ସହରର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe