The News Room
ଭୁବନେଶ୍ୱର: ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କୁ ଗିରଫ କରିଛି। କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟି ଟିମ୍ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ ସର୍ବେଶ୍ୱର ରାଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥି କରୁଥିଲେ। ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା ଅଧ୍ୟକ୍ଷ ଶ୍ରୀ ରାଓ ଲୋକଙ୍କ ଠାରୁ ବାୟୋଡାଟା ଆଣୁଥିଲେ। ଏହାକୁ ନେଇ ଆକାଶ ପାଠକଙ୍କ ନିକଟରେ ପହଂଚାଉଥିଲେ। ସେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
Follow Us