ଫେରନ୍ତା ନିର୍ଯାତିତ ଦାଦନଙ୍କୁ ଅପହରଣ ଘଟଣା: ଅଭିଯୋଗ ନକରିବାକୁ ସର୍ଦ୍ଦାରଙ୍କ ନିବେଦନ

Advertisment
ଫେରନ୍ତା ନିର୍ଯାତିତ ଦାଦନଙ୍କୁ ଅପହରଣ ଘଟଣା: ଅଭିଯୋଗ ନକରିବାକୁ ସର୍ଦ୍ଦାରଙ୍କ ନିବେଦନ

ବଲାଙ୍ଗୀର/ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମସିଣା ଗ୍ରାମର ଦାଦନ ଶ୍ରମିକ ବିଶ୍ବେଶ୍ୱର ଭୋଇଙ୍କୁ ନୂଆପଡ଼ା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଦାଦନ ସର୍ଦାର ଲତିଫ ଖାନ ଅପହରଣ କରିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ଘଟଣା ବିଷୟରେ ଜାଣିବା ପରେ ସ୍ତ୍ରୀ କୁନ୍ତି ଓ ପୁଅ କବିରାଜ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ।

ତେବେ ଲିଖିତ ଅଭିଯୋଗ ଦେବାକୁ ଥାନା ପକ୍ଷରୁ କହାଯାଇଥିଲା। ସେମାନେ ଅଭିଯୋଗ ଲେଖିବାକୁ ଆସିଥିବା ବେଳେ ଦାଦନ ସର୍ଦ୍ଦାର ଜଣକ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟାରେ ଜଣେ ମଧ୍ୟସ୍ଥି କ୍ରମେ ଆସି ମା’-ପୁଅଙ୍କୁ ଅଭିଯୋଗ ନକରିବା ପାଇଁ ନେହୁରା ହୋଇଥିଲା। ହେଲେ ସର୍ଦ୍ଦାରଙ୍କ କୌଣସି କଥାକୁ ନଶୁଣି ସେମାନେ ଜିଦରେ ଅଡ଼ି ବସିଥିଲେ। ପରେ ସର୍ଦ୍ଦାର ଜଣକ ବିଶେଶ୍ବରଙ୍କ ବ୍ୟାଙ୍କ ଖାତାରୁ ଉଠାଇଥିବା ୬୦ ହଜାର ଟଙ୍କା ମଧ୍ୟ ଫେରାଇ ଦେଇଥିବା ପୁଅ କବିରାଜ ପ୍ରକାଶ କରିଛନ୍ତି। ଏଥିସହ ଆପୋସ ବୁଝାମଣା ପରେ ଲାଠୋରର କୌଣସି ଏକ ସ୍ଥାନରେ ବିଶ୍ବେଶ୍ୱରଙ୍କୁ ଛାଡ଼ି ଦେଇଥିଲା। ପରେ ଲାଠୋର ପୁଲିସ୍ ତାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe