୨୩ ଲକ୍ଷ ଟଙ୍କାର ଶାଢ଼ି ଜବତ

Advertisment

ବୋଲେରରୁ ୧ଲକ୍ଷ ୬୦ହଜାର ଟଙ୍କା ଜବତ

ବୋଲେରରୁ ୧ଲକ୍ଷ ୬୦ହଜାର ଟଙ୍କା ଜବତ

୨୩ ଲକ୍ଷ ଟଙ୍କାର ଶାଢ଼ି ଜବତ

MangaloreToday

ପାଟଣାଗଡ଼ : ପାଟଣାଗଡ଼–ବଲାଙ୍ଗୀର ରାସ୍ତାରେ ଥିବା ଭଇଁଷା ବସଷ୍ଟାଣ୍ଡ ନିକଟରୁ ମୋବାଇଲ ସ୍କ୍ବାଡ୍‌ ଦ୍ବାରା ୨୨ ଲକ୍ଷ ୬୪ ହଜାର ଟଙ୍କାର ସମ୍ବଲପୁରୀ ଶାଢ଼ି ଜବତ ‌କରାଯାଇଛି।

ଆସନ୍ତା ୧୮ ତାରିଖ ଏଠାରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏକ ମୋବାଇଲ ସ୍କ୍ବାଡ ଭଇଁଷା ବସଷ୍ଟାଣ୍ଡ ନିକଟରେ ଦୁଇ ଗୋଟି ମାରୁତି ଗାଡ଼ି (ଓଆର ୧୫ ପି ୮୧୨୭) ଏବଂ (ଓଡି ୦୩ ଏଫ ୯୮୯୨)କୁ ସନ୍ଦେହରେ ଅଟକାଇଥିଲେ। ଉକ୍ତ ଦୁଇ ଗାଡ଼ିରୁ ବହୁ ପରିମାଣରେ ସମ୍ବଲପୁରୀ ଶାଢ଼ି ରହିଥିବାରୁ ସେ ସବୁକୁ ଜବତ କରିଥିଲେ। ଗାଡ଼ିରେ ବେଲପଡ଼ା ଗ୍ରାମର ଗୋବର୍ଦ୍ଧନ ମେହେର, ନୃପମଣି ମେହେର, ଡୋଲେଶ୍ବର ମେହେର ଓ ମହରଗୁ ମେହେର ୧୦୬୫ ଖଣ୍ଡି ସମ୍ବଲପୁରୀ ଶାଢ଼ି ନେଇ ଯାଉଥିଲେ। ‌ଶାଢ଼ି ସହ ଗାଡ଼ି ଓ ଚାରି ଜଣ ବ୍ୟକ୍ତିଙ୍କୁ ଆଣି ପଚରା ଉଚୁରା କରା ଯାଇଥିଲା। ସେମାନେ ଶାଢ଼ିଗୁଡିକୁ ବିକ୍ରି କରିବା ପାଇଁ ନେଉଥିବା ବିଷୟ‌ରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କହିଥିବା ବେଳେ ଶାଢ଼ି ସମ୍ପର୍କିତ କୌଣସି ବିଲ ବା ରସିଦ ଦେଖାଇ ପାରି ନଥିଲେ। ଜବତ ଶାଢ଼ିର ମୂଲ୍ୟ ୨୨ ଲକ୍ଷ ୬୪ ହଜାର ଟଙ୍କା ହେବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପଦ୍ମନାଭ ପୁରୋହିତ ସୂଚନା ଦେଇଛନ୍ତି। ଏହି ସ୍କ୍ବାଡରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବ୍ୟୟ ପର୍ଯ୍ୟବେକ୍ଷକ ଏନ୍‌. ଧରୁଆ, ଏଏସଆଇ ଏଲ. କେ. ନନ୍ଦ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ବୋଲେରରୁ ୧ଲକ୍ଷ ୬୦ହଜାର ଟଙ୍କା ଜବତ

ତେନ୍ତୁଳିଖୁଣ୍ଟି : ନିର୍ବାଚନ ପୂର୍ବରୁ ତଥା ଗତକାଲି ରାତିରେ ନବରଙ୍ଗପୁର-ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାର ପୂଜାରୀଗୁଡା ନିକଟରୁ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଏକ ବଲେରୋରୁ ୧ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଏକ ବଲେରୋ(ଓଡି ୦୫ଏଚ ୪୬୨୭) ନବରଙ୍ଗପୁରରୁ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିଲା। ଏହି ସମୟରେ ପୂଜାରୀଗୁଡା ନିକଟରେ ପଟାଙ୍ଗି ବିଡିଓ ପଦ୍ମନାଭ ତ୍ରିପାଠୀଙ୍କ ନେତୃତ୍ବରେ ଏକ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ି ଭିତରୁ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍ ଶହେଟି ଶହେ ଟଙ୍କିଆ ନୋଟ୍‌ ଓ ୭୫ଟି ୨ହଜାର ଟଙ୍କା ଏଭଳି ୧ଲକ୍ଷ ୬୦ହଜାର ଟଙ୍କା ଜବତ କରିଥିଲା। ତେବେ, ଗାଡ଼ି ଭିତରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପରଜା ବାରେଙ୍ଗପଦର ଗ୍ରାମର ମହେଶ୍ବର ପାତ୍ର ଓ ବିପିନ ହରିଜନଙ୍କୁ ପଚାରିବାରୁ ମେଟାଲ ବାବଦକୁ ନବରଙ୍ଗପୁରର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଅଣାଯାଇଥିବା କହିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe