ସାରଳାଙ୍କ ମହାଭାରତରେ ଆଧୁନିକ ଦୃଷ୍ଟିକୋଣ ପରିବ୍ୟାପ୍ତ

Advertisment
ସାରଳାଙ୍କ ମହାଭାରତରେ ଆଧୁନିକ ଦୃଷ୍ଟିକୋଣ ପରିବ୍ୟାପ୍ତ

ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ଆୟୋଜିତ ‘ପୁରାତନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ସମାଲୋଚକ ତଥା ବିଶ୍ୱ ଭାରତୀ, ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ, ଆଦିକବି ସାରଳାଙ୍କ ଦ୍ୱାରା ରଚିତ ମହାଭାରତରେ ଆଧୁନିକ ଦୃଷ୍ଟିକୋଣ ପରିବ୍ୟାପ୍ତ। ଏଥିରେ ଜାତିବାଦ ବିରୋଧରେ ସ୍ୱର ଉତ୍ତୋଳନ ସାଙ୍ଗକୁ ମହିଳା ସଶକ୍ତୀକରଣ ପ୍ରସଙ୍ଗ ରହିଛି। ଏଥିରେ ଗ୍ରାମ୍ୟ ଜୀବନରୁ ଆରମ୍ଭ କରି ବିଶ୍ୱ ଜୀବନ ପର୍ଯ୍ୟନ୍ତ ସୁସ୍ପଷ୍ଟ ଚିତ୍ର ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ। ବିଶିଷ୍ଟ ପ୍ରାବନ୍ଧିକ ବାବାଜୀ ଚରଣ ପଟ୍ଟନାୟକ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରା ସଂପର୍କରେ ଆଲୋଚନା କରି ଓଡ଼ିଆ କାବ୍ୟ ସାହିତ୍ୟକୁ କୋଣାର୍କ ସହିତ ତୁଳନା କରିଥିଲେ। ବିଶିଷ୍ଟ ଗବେଷକ ପ୍ରଦୀପ୍ତ କୁମାର ପଣ୍ଡା ଓଡ଼ିଆ ସନ୍ଥ ସାହିତ୍ୟ ଉପରେ ଆଲୋଚନା କରି ସମାଜର କଲ୍ୟାଣ ଓ ଆତ୍ମଜ୍ଞାନର ବିକାଶ ଦିଗରେ ଓଡ଼ିଆ ସନ୍ଥସାହିତ୍ୟର ବ୍ୟାପକ ଭୂମିକା ରହିଛି ବୋଲି କହିଥିଲେ। ଅନ୍ୟତମ ବକ୍ତା ପ୍ରଫେସର ନଟବର ଶତପଥୀ ପୁରାଣ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସଂଘମିତ୍ରା ଭଞ୍ଜ ଆଲୋଚନା ସଭାରେ ସଂଯୋଜନା କରିଥିଲେ। ରାଜଧାନୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରତିଭା ପରିଡ଼ା ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe