ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେଲେ ସରୋଜିନୀ ହେମ୍ବ୍ରମ୍‌

ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେଲେ ସରୋଜିନୀ ହେମ୍ବ୍ରମ୍‌

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ବାରିପଦା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍‌ ମିଳିଥିବା କଥା ରବିବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କର କନ୍ୟା ସରୋଜିନୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୨୦ ଏପ୍ରିଲ୍‌ରେ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହେଉଛି।

ସମ୍ପ୍ରତି ଉପବାଚସ୍ପତି ଥିବା ସାନନ୍ଦ ମାରାଣ୍ଡି ଏହି ନିର୍ବାଚନମଣ୍ଡଳୀରୁ ଗତ ଥର ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ଏଥର ତାଙ୍କୁ ଦଳ ଟିକେଟ ଦେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe