Advertisment

କରୋନା ମୁକାବିଲା: ସାଂସଦ ପାଣ୍ଠିରୁ ସରୋଜିନୀ ଦେଲେ ୫୦ଲକ୍ଷ, ପିନାକୀ ମିଶ୍ର ଦାନ କଲେ ୧୨ ଲକ୍ଷ ଟଙ୍କା

Advertisment
କରୋନା ମୁକାବିଲା: ସାଂସଦ ପାଣ୍ଠିରୁ ସରୋଜିନୀ ଦେଲେ ୫୦ଲକ୍ଷ, ପିନାକୀ ମିଶ୍ର ଦାନ କଲେ ୧୨ ଲକ୍ଷ ଟଙ୍କା

ବାରିପଦା/ପୁରୀ/ଦେବଗଡ଼: ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ନିଜ ପାଣ୍ଠିରୁ ((୨୦୧୯-୨୦ ଆର୍ଥିକ ବର୍ଷ) ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ସରୋଜିନୀ ଜିଲ୍ଲାପାଳଙ୍କୁ ପତ୍ରଲେଖି ଏହାକୁ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରିବା ନେଇ ସରୋଜିନୀ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସରୋଜିନୀ ନିଜର ୩ମାସର ଦରମା(୩ଲକ୍ଷ ଟଙ୍କା) ପ୍ରଦାନ କରିଛନ୍ତି। ଏହାସହିତ କରୋନାକୁ ପ୍ରତିହତ କରିବା ନେଇ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପୁଲିସ୍, ଗଣମାଧ୍ୟମ ପ୍ରତିନିଧିଙ୍କୁ ସରୋଜିନୀ ଧନ୍ୟବାଦ ପ୍ରଦାନ କରିଛନ୍ତି।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୀ ସାଂସଦ ପିନାକୀ ମିଶ୍ର ୧୨ ଲକ୍ଷ ଟଙ୍କା ଦାନ କରିଛନ୍ତି । ସାଂସଦ ଶ୍ରୀ ମିଶ୍ର ଏହି ଟଙ୍କାକୁ ଆଇସିଆଇସି ବ୍ୟାଙ୍କର ଚ୍ୟାକ ମାଧ୍ୟମରେ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ କୋଭିଡ-୧୯ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ।

publive-image

ବିଧାୟକ ପାଣ୍ଠିରୁ ୫ଲକ୍ଷ ଦେଲେ ପ୍ରକାଶ ସୋରେନ

କରୋନାକୁ ପ୍ରତିହତ କରିବା ନିମନ୍ତେ ନିଜ ପାଣ୍ଠିରୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ୍। ୨୦୧୯-୨୦ ଆର୍ଥିକ ବର୍ଷରୁ ଏହି ଅର୍ଥକୁ ମଞ୍ଜୁର କରିବା ନେଇ ପ୍ରକାଶ ଜିଲ୍ଲାପାଳଙ୍କୁ ଭେଟି ପତ୍ର ପ୍ରଦାନ କରିଛନ୍ତି। କରୋନା ବିରୋଦ୍ଧରେ ହେଉଥିବା ଲଢ଼େଇରେ ଏହି ଅର୍ଥକୁ ତାଙ୍କ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe