ଆସିକା ରାଜନୀତିରେ ସରୋଜଙ୍କ ପୁଣି ଅଭ୍ୟୁଦୟ, ଏବେ ବିଜେପିରୁ ଭାଗ୍ୟ ପରୀକ୍ଷା

Advertisment

୨୦୦୪ରେ ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ

୨୦୦୪ରେ ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ

ଆସିକା ରାଜନୀତିରେ ସରୋଜଙ୍କ ପୁଣି ଅଭ୍ୟୁଦୟ, ଏବେ ବିଜେପିରୁ ଭାଗ୍ୟ ପରୀକ୍ଷା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରାଜନୀତିରେ ପୁଣି ସରୋଜ ପାଢ଼ୀଙ୍କ ଅଭ୍ୟୁଦୟ। ୨୦୦୪ ମସିହାରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଚକ୍‌ମା ଦେଇଥିବା ସରୋଜ ଆଗାମୀ ନିର୍ବାଚନରେ ବିଜେପିରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ଫଳରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସରୋଜ ୧୯୯୫ ମସିହାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶ‌ରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ପ୍ରଥମ ଥର ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ।

୨୦୦୦ରେ ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ବାଧୀନ ଭାବେ ଲଢ଼ିଥିବା ବେଳେ ପୁଣି ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ତେବେ ୨୦୦୪ରେ ସ୍ବାଧୀନ ଭାବେ ଲଢ଼ି କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିଲେ। ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ସ୍ବାସ୍ଥ୍ୟଗତ ସମସ୍ୟା ଓ ବିଜେପି ଟିକେଟ୍ ନଦେବା କାରଣରୁ ରାଜନୀତିରୁ ସାମୟିକ ଭାବେ ଦୂରେଇ ଯାଇଥିଲେ। ତେବେ ଗତ କିଛିମାସ ହେଲା ସମର୍ଥକମାନଙ୍କୁ ନେଇ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିବା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ନିଜ ଉପସ୍ଥିତି ଜାହିର୍ କରିଥିଲେ। ବର୍ତ୍ତମାନ ବିଜେପି ସରୋଜଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe