ଇଞ୍ଜିନିୟର ଚାକିରି ଛାଡ଼ି ସରପଞ୍ଚ ପ୍ରାର୍ଥୀ

Advertisment
ଇଞ୍ଜିନିୟର ଚାକିରି ଛାଡ଼ି ସରପଞ୍ଚ ପ୍ରାର୍ଥୀ

ହାଟଡିହି : ବାପାଙ୍କ ଇଚ୍ଛା ପୂରଣ କରିବା ସହିତ ନିଜକୁ ସମାଜସେବାରେ ନିୟୋଜିତ କରିବା ଲକ୍ଷ୍ୟରେ ଇଞ୍ଜିନିୟର ପୁଅ ଚାକିରି ଛାଡ଼ି ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ହେଉଛନ୍ତି ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆ ଗ୍ରାମର ଯୁବ ଇଞ୍ଜିନିୟର ଦିନେଶ କୁମାର ସେଠୀ।

ସେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ ପରେ ଟାଟା ଷ୍ଟିଲରେ ଚାକିରି କରୁଥିଲେ। ସେ ଛୁଟିରେ ଗାଁକୁ ଆସିଲେ ଗାଁରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହିତ ଅସହାୟ ଦୁଃଖୀରଙ୍କିଙ୍କୁ ସହାୟତା କରିଥାନ୍ତି। ଚଳିତ ନିର୍ବାଚନରେ ପଞ୍ଚୁଗୋଛିଆ ପଞ୍ଚାୟତଟି ଅନୁସୁଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିବାପରେ ଗାଁର କିଛି ଯୁବକଙ୍କ ଆହ୍ୱାନକ୍ରମେ ସେ ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ତାଙ୍କ ବାପା ଶିକ୍ଷକତାରୁ ଅବସର ନେବାପରେ ସକ୍ରିୟ ରାଜନୀତିକୁ ଆସି ସରପଞ୍ଚ ହେବାପାଇଁ ମନବଳାଇ ଥିଲେ। ତାଙ୍କର ଇଚ୍ଛାକୁ ପୂରଣ କରିବା ସହିତ ସମାଜସେବାରେ ନିଜକୁ ବ୍ରତୀ କରିବାପାଇଁ ସେ ରାଜନୀତିକୁ ଆସିଥିବା ଦିନେଶ କହିଛନ୍ତି। ୨୨ୱାର୍ଡ ବିଶିଷ୍ଟ ଏହି ପଞ୍ଚାତରେ ଚଳିତ ନିର୍ବାଚନରେ ସାତଜଣ ସରପଞ୍ଚ ପଦବି ପାଇଁ ଲଢ଼ୁଥିବାବେଳେ ସେ ବିଭିନ୍ନ ମୁଦ୍ଦାନେଇ ଲୋକଙ୍କୁ ଭେଟୁଛନ୍ତି। ସେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପଞ୍ଚାୟତଟି ଅବହେଳିତ ଅବସ୍ଥାରେ ଥିବାବେଳେ ତାହାର ବିକାଶ ପାଇଁ ସେ ନିଜକୁ ସମର୍ପିତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe