ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଆତ୍ମହତ୍ୟା

Advertisment
ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଆତ୍ମହତ୍ୟା

ପିପିଲି : ପୁରୀ ଜିଲ୍ଲା ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ୟାମସୁନ୍ଦର ପରିଡ଼ା (୪୪) ରବିବାର ଦିନ ଆତ୍ମହତ୍ୟା କରିଛନ୍ତି । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ।

ସୂଚନା ଅନୁସାରେ, ପ୍ରତିଦିନ ପରି ସେ ରାତ୍ରୀଭୋଜନ କରି ଶୋଇଥିଲେ। ରବିବାର ସକାଳ ୮ଟା ସମୟରେ ତାଙ୍କ ଝିଅ ବାପାଙ୍କ ପାଇଁ ଜଳଖିଆ ନେଇ ଘର ଖୋଲିବାରେ ସେ ଫ୍ୟାନ ହୁକରେ ଝୁଲୁଥିବା ଦେଖି ଚିତ୍କାର କରି ଡାକ ପକାଇଥିଲେ। ପରିବାର ଲୋକେ ଓ ଗ୍ରାମର କିଛି ବ୍ୟକ୍ତି ବେକରୁ ରଶି ଖୋଲି ତାଙ୍କୁ ତୁରନ୍ତ ମଙ୍ଗଳପୁର ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କ୍ୟାପିଟାଲ ଥାନା ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଖବର ପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତ ସରପଞ୍ଚଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ଯୁବନେତା ସରୋଜ ପ୍ରଧାନ ପ୍ରମୁଖ ମୃତକଙ୍କ ଗାଁ ଯଶୁଆପୁରରେ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ମୃତ ସରପଞ୍ଚଙ୍କର ପତ୍ନୀ, ଝିଅ ଓ ପୁଅ ଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ଶ୍ୟାମସୁନ୍ଦର ଏହି ପଞ୍ଚାୟତରୁ ବିଜେପି ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨୫୫ ଭୋଟ ପାଇ ବିଜୟ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe