ସରପଞ୍ଚ, ସମିତି ସଭ୍ୟଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଦେଲେ

Advertisment

ଭିତ୍ତିପ୍ରସ୍ତର ଫଳକରେ ସରପଞ୍ଚ, ସମିତି ସଭ୍ୟଙ୍କ ନାମ ନଥିବାରୁ ଉତ୍ତ୍ୟକ୍ତ ଲୋକେ ଫଳକକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି। ଭଦ୍ରକ ବ୍ଲକ ଅଧୀନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତି ଦେବୀ ବାଳିକା ଉଚ୍ଚବିଦ୍ୟାଳୟ....

ଭିତ୍ତିପ୍ରସ୍ତର ଫଳକରେ ସରପଞ୍ଚ, ସମିତି ସଭ୍ୟଙ୍କ ନାମ ନଥିବାରୁ ଉତ୍ତ୍ୟକ୍ତ ଲୋକେ ଫଳକକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି। ଭଦ୍ରକ ବ୍ଲକ ଅଧୀନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତି ଦେବୀ ବାଳିକା ଉଚ୍ଚବିଦ୍ୟାଳୟ....

fssfxcxc

ଭଦ୍ରକ: ଭିତ୍ତିପ୍ରସ୍ତର ଫଳକରେ ସରପଞ୍ଚ, ସମିତି ସଭ୍ୟଙ୍କ ନାମ ନଥିବାରୁ ଉତ୍ତ୍ୟକ୍ତ ଲୋକେ ଫଳକକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି। ଭଦ୍ରକ ବ୍ଲକ ଅଧୀନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତି ଦେବୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଫଳକ ରାଜନୀତିକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ୍‌ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତି ଦେବୀ ବାଳିକା ଉଚ୍ଚବିଦ୍ୟାଳୟ ଶ୍ରେଣୀଗୃହ ପାଇଁ ଆଜି ଭିତ୍ତିପ୍ରସ୍ତାର ସ୍ଥାପନ ଉତ୍ସବ ସ୍ଥିର ହୋଇଥିଲା। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଶିଳାନ୍ୟାସ ପାଇଁ ଫଳକ ବି ଲଗାଯାଇଥିଲା। କିନ୍ତୁ ଫଳକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ନଥିଲା। ଯାହାକୁ ନେଇ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ବିରୋଧ କରିଥିଲେ। ଆମେ ସ୍କୁଲ୍‌ କାର୍ଯ୍ୟକୁ ବିରୋଧ କରୁନାହୁଁ, ଆମ ପ୍ରତିନିଧିମାନଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ କାଟି  ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଗ୍ରାମବାସୀ, ସରପଞ୍ଚ, ସମିତିସଭ୍ୟ ସେଠାକୁ ଯାଇ ହୋହଲ୍ଲା କରିବା ସହ ଫଳକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଇଥିଲେ। 

ଅଣ୍ଡେଇପଲ୍ଲୀ ସରପଞ୍ଚ ଗୌରୀ ମଲ୍ଲିକ କହିଛନ୍ତି, ଆମକୁ କିଛି ଜଣେଇଲେ ନାହିଁ। ନାଁ ବି ରଖିଲେନି। ଏହା ଦଳୀୟ କାମ ନୁହେଁ। ଏଠି ଆମ ପଞ୍ଚାୟତର କାମ ହେବ। କିନ୍ତୁ ସରପଞ୍ଚ କେମିତି ଜାଣିବେ ନାହିଁ ?  ଏ ନେଇ ବିଡିଓଙ୍କୁ ବି ପଚାରିଥିଲି। ସେ କିଛି ଜାଣି ନଥିବା କହିଥିଲେ। ତୁମର ଯାହା ଇଚ୍ଛା ହେଉଛି କର ବୋଲି କହିବାରୁ ଆମେ ଫଳକ ଭାଙ୍ଗିଦେଲୁ। ସମିତି ସଭ୍ୟ ଦଶରଥ ସେଠୀ କହିଛନ୍ତି, ଏଠି ୫-ଟି ଅଧୀନରେ ସ୍କୁଲ୍‌ କାମ ଆରମ୍ଭ ହେବା ବେଳେ ଆମେ ଶୁଭ ଦେଇଥିଲୁ। ଏବେ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ବିଧାୟକଙ୍କୁ ଡାକି ଦେଇଛନ୍ତି, ଆମ ନାଁ ବି ରଖିଲେ ନାହିଁ କି ଜଣାଇଲେ ନାହିଁ। ଆମେ ଆଉ ଫଳକକୁ କାହିଁକି ରଖିବୁ ବୋଲି ସେ କହିଛନ୍ତି। ତେବେ ଫଳକ ଭଙ୍ଗାଯିବା ଯୋଗୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe